Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଝାରସୁଗୁଡା ଉପନିର୍ବାଚନ; ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ

ଝାରସୁଗୁଡ଼ା: ଚାଲିଛି ଝାରସୁଗୁଡ଼ା ପାଇଁ ମତଦାନ। ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି ଭୋଟର। ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଛି । ୬୨ ହଜାର ୪୧୯ ଜଣ ପୁରୁଷ ଓ ୫୯ ହଜାର  ୯୬୩ ଜଣ ମହିଳା ଭୋଟ ଦେଇଛନ୍ତି । ୭ ଜଣ ତୃତୀୟ ଲିଙ୍ଗୀ ଭୋଟ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଖରାକୁ ଦୃଷ୍ଟିରେ ରଖି ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଛି। ୨୫୩ଟି କେନ୍ଦ୍ରରେ ମତଦାନ ଚାଲିଛି। ପ୍ରଥମ ଥର ପାଇଁ ସବୁ ବୁଥରେ ଓ୍ୱେବକାଷ୍ଟିଂ କରାଯାଉଛି । ଦିନ ୧୧ଟା ସୁଦ୍ଧା ୨୦.୩୮% ମତଦାନ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହ ୧୯ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।