Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ ସେନା

ଶ୍ରୀନଗର: ଶନିବାର ରାତିରେ ପାକିସ୍ତାନ ସେନା ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖା (LoC) ପାର୍ଶ୍ୱରେ ଟୁଟମାରି ଗଲି ଏବଂ ରାମପୁର ସେକ୍ଟର ବିପରୀତ ଦିଗରେ ଅବସ୍ଥିତ ଭାରତୀୟ ପୋଷ୍ଟଗୁଡ଼ିକ ଉପରେ ଗୁଳି ଚଳାଇଥିଲା।

ଭାରତୀୟ ସେନା ମଧ୍ୟ ଏହି ଗୁଳିବିନିମୟର ଜବାବ ଦେଇଥିଲା। ଭାରତୀୟ ସେନାର ସୂଚନା ଅନୁଯାୟୀ, ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପାକ ସେନା ପକ୍ଷରୁ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ସର୍ଚ୍ଚ ଅପରେସନ୍ କରାଯାଉଛି। ନିକଟରେ କୁଲଗାମ ଜିଲ୍ଲାର ଟାଙ୍ଗମାର୍ଗ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। କିନ୍ତୁ ଆତଙ୍କବାଦୀମାନେ ଖସିଯିବାରେ ସଫଳ ହୋଇଥିଲେ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଶାସନ କାଶ୍ମୀରରେ ଆତଙ୍କବାଦୀ ତଥା ସେମାନଙ୍କ ସାହାର୍ଯ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସେମାନଙ୍କ ଘର ଭାଙ୍ଗିବା ସହ ଆଡ୍ଡା ଉପରେ ଚଢାଉ ମଧ୍ୟ କରାଯାଉଅଛି। ସେହିପରି ଅଧିକାରୀମାନେ କହିଛନ୍ତି ଯେ ନଅ ଜଣ ଆତଙ୍କବାଦୀ କିମ୍ବା ସେମାନଙ୍କ ସହଯୋଗୀଙ୍କ ଘର ଭାଙ୍ଗି ଦିଆଯାଇଛି। ତେବେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୁଦ୍ଧରେ ସମାନ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ