Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମପ୍ରାଣ ମହିଳାଙ୍କ ପରଲୋକ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିବାସି ନୁରଜାହାନ (୮୪)ଙ୍କ ଶନିବାର ରାତ୍ରି ୧୦ଟା ସମୟରେ ତାଙ୍କ ନିଜସ୍ବ ବାସଭବନରେ ପରଲୋକ ହୋଇଯାଇଛି। ଜଣେ ଭଦ୍ର,ପରୋପକାରୀ, ଧର୍ମପ୍ରାଣ ମହିଳା ଭାବରେ ଜନ ମାନସରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ନୁରଜାହାନଙ୍କ ଦେହାନ୍ତ ଖବର ଶୁଣିଲା ପରେ ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ବରିଷ୍ଠ ନାଗରିକ ବାବୁଲାଲ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ, ସ୍ବାଧୀନ ଏକତା ସଂଗଠନର ସଭାପତି ରାଜିବ ମିଶ୍ର,
ନବିନ ସାହୁ,ଏମବି ରାଜେନ୍ଦ୍ରନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣକରି ଅମର ଆତ୍ମାର ସତଗତି କାମନା କରିଥିଲେ। ସ୍ବର୍ଗତ ହାକିମ ଖାନଙ୍କ ପୂର୍ବ ପୁରୁଷ ସ୍ବାଧୀନତା ପୂର୍ବରୁ ଅର୍ଥାତ ଆଜିକୁ ୯୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ରହିଆସୁଛନ୍ତି। ନୁରଜାହାନଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୬ପୁଅ ଓ ୩ଝିଅଙ୍କ ସହ ସମସ୍ତ ନାତିନାତୁଣୀ ମିଶି ୫୭ ଜଣଙ୍କ ସହ ଅନ୍ଯାନ୍ଯ ଜ୍ଞାତିକୁଟୁମ୍ବ ଉପସ୍ଥିତ ରହି ନୁରଜାହାନଙ୍କୁ ଶେଷ ବିଦାୟ ଦେଇଥିଲେ। ମୁସଲିମ ସମାଜର ସାମାଜିକ ରାତିନୀତି ଅନୁସାରେ ରେଙ୍ଗାଲି ସ୍ଥିତ କବରସ୍ଥାନରେ ରବିବାର ଅପରାହ୍ନରେ ତାଙ୍କର ବଡପୁଅ ନୁର ଅହମଦ ଖାନ ଓ ରେଙ୍ଗାଲି ମୁସଲିମ ସମାଜର ସଭାପତି ସଲିମ ଅହମଦ ଖାନ କବର ଦେଇ ସମସ୍ତ କାର୍ଯ୍ୟ ସମାପନ କରିଥିଲେ।