ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମପଞ୍ଚାୟତର ପଧାନପାଲି ଗ୍ରାମ ର ନରସିଂହ ଖମନ ମଠରେ ଡୁମାଲ ସାମାଜ ଜିଲ୍ଲା କମିଟି ପକ୍ଷରୁ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର ସଭାପତିତ୍ବ କରିଥିଲେ । ଜିଲ୍ଲା ସଭାପତି କହିଥିଲେ ପୂର୍ବ ଗତ ୯/୨/ ୨୦୨୫ ରିଖ ଓ ତା ୧୦/୨/୨୦୨୫ ରିଖ ଧରି ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ର ଆୟ ବ୍ୟୟ ଉପସ୍ଥାପନ କରିଥିଲେ l ସାମାଜିକ ସମସ୍ୟା ସମାଧାନ, ସାମାଜିକ ସଂସ୍କାର ଆଣିବାରେ, ବିବାହ କାର୍ଯ୍ୟ ,ମୃତାହ କାର୍ଯ୍ୟ ଗୁଡ଼ିକୁ ସଠିକ ଭାବରେ ପରିଚାଳନା କରିବା , ଡୁମାଳ ପରିଷଦ ଓଡିଶା ର ନୂତନ ଜାତି ପରିଚୟ ପତ୍ର ପ୍ରଦାନ କରଯିବା, ନାରୀ ନିର୍ଯ୍ୟାତନା , ବାଲ୍ୟବିବାହ ବନ୍ଦ କରିବା , ନାରୀ ଶକ୍ତି କରଣ , ଶିକ୍ଷା କ୍ଷେତ୍ରରେ ସାଧାରଣ ଜାତି ସମାଜ ଭାଇ ମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଥିଲେ । ଗ୍ରାମାଞ୍ଚଳରେ ଡୁମାଳ ପରିଷଦ ଓଡିଶା ସମ୍ବିଧାନର ଆଇନ୍ କୁ ଏବଂ ଭାରତୀୟ ସମ୍ବିଧାନର ଆଇନ୍ କୁ ସଠିକ୍ ଭାବରେ ସଚେତନ କରିବା ପାଇଁ ଜିଲ୍ଲା କମିଟି ପକ୍ଷରୁ ତଦାରଖ କମିଟି ଗଠନ କରାଯାଇଛି । ଏହି କମିଟି ପ୍ରତ୍ୟେକ ଗ୍ରାମ ର ସାଧାରଣ ଜାତି ଭାଇ ମାନଙ୍କର ପାଖକୁ ଯାଇ ମତାମତ ନେଇ, ଡୁମାଳ ପରିଷଦ ଓଡିଶା ର ସମ୍ବିଧାନର ଆଇନ୍ ର କାର୍ଯ୍ୟକ୍ରମ ଉପରେ ସଚେତନ କରାଇବେ । ଜିଲ୍ଲା କମିଟି ପାଖରେ ସମସ୍ତ ତଥ୍ୟ ଦାଖଲ କରିବେ l ସେହି ରିପୋର୍ଟ ଅନୁଯାଇ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର କାର୍ଯ୍ୟକ୍ରମ ଅନୁଷ୍ଠିତ କରିବ । ଯେଉଁ ବ୍ୟକ୍ତି ବିଶେଷ ସାଂଗଠନିକ ସାମାଜିକ ଉପରେ ବାରମ୍ବାର ବିଭ୍ରାଟ ସୃଷ୍ଟି କରୁଛନ୍ତି, ସେହି ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହି ସୂଚନା ଦେଇ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ନିଜର ମତାମତ ଦେବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ଉପସଭାପତି ଲକ୍ଷ୍ମଣ ବସ୍ତିଆ , ହିଙ୍ଗିମା କେନ୍ଦ୍ର ସଭାପତି ବଶିଷ୍ଠ ପଡିଆ , କୋଟସମଲାଇ କେନ୍ଦ୍ର ସଭାପତି ନରସିଂହପଧାନ , ଜାଲୋଏ କେନ୍ଦ୍ର ସମ୍ପାଦକ ମାର୍କଣ୍ଡ କର୍ମୀ, ,କଳାପଥର କେନ୍ଦ୍ର ସଭାପତି ରବି ବଘାର , ମାଉଲିମାଳ କେନ୍ଦ୍ର ସଭାପତି ଅନ୍ତର୍ଯ୍ୟାମୀ କର୍ଣ୍ଣ , ବାଗବର କେନ୍ଦ୍ର ସମ୍ପାଦକ ହରିହର ପଧାନ , ହିଙ୍ଗିମା କେନ୍ଦ୍ର ଉପ ସଭାପତି ଜଗନ୍ନାଥ ପାତ୍ର , ରେଙ୍ଗାଲି ଗ୍ରାମ୍ୟ କମିଟି ସଭାପତି ବୁଦ୍ଧଦେବ ମହାକୁର,ଅଭୁଦ୍ଧତ ପଧାନ , ମୀନୁ ମହାକୁର, କୃପାସିନ୍ଧୁ ପଧାନ, ପବିତ୍ର ପଧାନ, ଜଗନ୍ନାଥ ମହାକୁର,ରାମ ମହାକୁର , ସୁରୁ ଖେତୀ , ରାମ ପାତ୍ର ,ହରି କର୍ଣ୍ଣ , ଭରତ ଖେତୀ , ଆର୍ତ୍ତ ମହାକୁର , ସୁରୁବାବୁ ଗାଇଗିରିଆ, ହିମାଂଶୁ ଗିରି, ନେପାଳ ପଧାନ , କଳାପଥର କେନ୍ଦ୍ର ସମସ୍ତ ଗ୍ରାମ ର ଗ୍ରାମ୍ୟ କମିଟି କର୍ମକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଶେଷରେ କବି ବେହେରା ଉପସ୍ଥିତ ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ପଧାନ ପାଲି ନରସିଂହ ଖମନ ମଠ ରେ ଡୁମାଲ ସାମାଜ ର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ
