ରାଜସ୍ୱ ମନ୍ତ୍ରୀ ଦ୍ୱାରା ସୌରଶକ୍ତି ଆଲୋକି କରଣର ଶିଳାନ୍ୟାସ


ଝାରସୁଗୁଡ଼ା ୨୭/୪ (ଓଡ଼ିଶା ନ୍ୟୁଜ) ଆଜି ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଗସ୍ତରେ ଆସି ୩୩ ଗୋଟି ପଞ୍ଚାୟତ ଅଧୀନସ୍ଥ ସମସ୍ତ ଗ୍ରାମରେ ହେବାକୁ ଥିବା ସୌରଶକ୍ତି ଆଲୋକି କରଣ ପ୍ରକଳ୍ପର ଶିଳାନ୍ୟାସ କନକତୋରା ଠାରେ କରିଥିଲେ । ଉକ୍ତ ପ୍ରକଳ୍ପ ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ ୨ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ପୂର୍ତ୍ତ ବିଭାଗ ଏସି ସତ୍ୟବାନ ପଟେଲ ଓ ଏସଡିଓ ସୁରଥ ନାଏକ, ବିଡ଼ିଓ ଵିନୟ ପଟେଲ, ଏବିଡ଼ିଓ ଗୋପାଳ କୃଷ୍ଣ ମିଶ୍ର, କନକତୋରା ସରପଞ୍ଚ ସୁଶାନ୍ତ ଚଇନି ଓ ସମିତି ସଭ୍ୟ ପଦ୍ମଲୋଚନ ଭୋଇ,ଲଖନପୁର ସରପଞ୍ଚ ଆରତୀ ପଧାନ, ଜିଲ୍ଲା ବିଜେପି ସମ୍ପାଦକ ଚକାନନ ସା, ଉପ ସଭାପତି ସୁଦାମ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି କୁନ୍ଦନ ସିଂହ ଦେଓ ଓ ହେମ କୁମାର ପଧାନ,ସୁରେନ୍ଦ୍ର ସାହୁ, ନବୀନ ବିଶ୍ଵାଳ, କ୍ଷୀରୋଦ ଖମାରୀ, ସମ୍ରାଟ ବିଶ୍ଵାଳ, ନିମାଇଁ ସାହୁଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ, ଜନ ସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।