କଳା ବାଜାରି ବେଳେ ଧରା ପଡ଼ିଲା ସରକାରୀ ଚାଉଳ । ଗାଡି ଥାନାରେ ଅଟକ ।


ଅସ୍ତରଙ୍ଗ: ଆଜି ମଧ୍ୟାହ୍ନ ସମୟ ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ହିତାଧିକାରୀ ଙ୍କୁ ପିଡିଏସ ଚାଉଳ ବଣ୍ଟନ ହେଉଥିଲା । ମାତ୍ର କିଛି ସମୟ ସେଠାରେ ଚାଉଳ ପାଇଁ ଉପସ୍ଥିତ ଥିବା ହିତାଧିକାରୀ ମାନେ ଦେଖିବାକୁ ପାଇଥିଲେ ଯେ ,ଗୋଟେ ୪୦୭ ପ୍ରାଇଭେଟ ଡାଲା ଗାଡି ରେ ପ୍ରାୟ ୫୦ କୁଣ୍ଟାଲ ପାଖାପାଖି ଲଦା ହୋଈ ବାହାରକୁ ସପ୍ଲାଇ ହେଉଛି । କିନ୍ତୁ କିଛି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ସେହି ସ୍ଥାନ ରେ ଉକ୍ତ ଗାଡି ଟିକୁ ଅଟକ ରଖି ଅସ୍ତରଙ୍ଗ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଙ୍କୁ ସୂଚନା ଦେଇଥିଲେ । ଆଉ ସୂଚନା ପାଇବା ପରେ ଯୋଗାଣ ବିଭାଗ ଅଧିକାରୀ ଚାଉଳ ବୋଝେଇ ଥିବା ଗାଡ଼ି ନିକଟରେ ପହଂଚି ଉକ୍ତ ଗାଡି କୁ ଅଟକ ରଖିବା ସହ ଚାଉଳ କୁ ଯାଞ୍ଚ କରିଥିଲେ । ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଜେ,ଏହି ଚାଉଳ ପ୍ରୋଟିନ ଯୁକ୍ତ, ଆଉ ଏହା ସରକାର ଙ୍କ ପିଡ଼ିଏସ ଚାଉଳ । ଏହା ପରେ ଉକ୍ତ ଗାଡି କୁ ଅସ୍ତରଙ୍ଗ ଥାନା କୁ ନେଇ ଅଟକ ରଖାଯିବ ସହ ଡ୍ରାଇଭର ଙ୍କୁ ପଚରା଼ ଉଚରା କରାଯାଉଛି । ଅଧିକ ତଦନ୍ତ ପରେ ଏହି ଚାଉଳ କୁ କିପରି କଳା ବଜାରୀ କରାଯାଉଛି ଆଉ ଏହା କେଉଁ ବ୍ୟବସାୟୀ ମାନେ କିଣୁଛନ୍ତି ତାହା ଜଣା ପଡିବ ବୋଲି ଯୋଗାଣ ବିଭାଗ ଅଧିକାରୀ ସମ୍ୟକ ସୂଚନା ଦେଇଛନ୍ତି ।