Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁରରେ ଜନ ଅଭିଯୋଗ ଶୁଣାଣି ଶିବିର

ଲଖନପୁରରେ ଜନ ଅଭିଯୋଗ ଶୁଣାଣି ଶିବିର
ଝାରସୁଗୁଡ଼ା ୨୮/୦୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ପଞ୍ଚାୟତ ସମିତି ସଭା ଗୃହରେ ଆଜି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାଏକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧୁସିକ୍ତା ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ ପଟେଲ, ତହସିଲଦାର ପ୍ରସନ୍ନ ପଟେଲ, ଡେପୁଟି କଲେକ୍ଟର ଉମାକାନ୍ତ ପ୍ରଧାନଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ମୋଟ ୪୫ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୯ଟି ସାମୂହିକ ଓ ୨୬ଟି ବ୍ୟକ୍ତିଗତ ରହିଥିଲା । ସେଥି ମଧ୍ୟରେ କଟୁଜୋରରେ ରାସ୍ତା ମରାମତି, ଭଅଁରଖୋଲରେ ବିଦ୍ୟୁତ ସଂଯୋଗ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ଦେଓପାଲିରେ ଜଳମଗ୍ନ ହୋଇଥିବା ଚାଷଜମି ସକାଶେ କ୍ଷତି ପୂରଣ, କତରବଗାରେ ଘରଡିହ ପଟ୍ଟା ପ୍ରଦାନ, ପଣ୍ଡରି ରାଜସ୍ବ ନିରୀକ୍ଷକଙ୍କୁ ପରିବର୍ତ୍ତନ, ବିଦ୍ୟାଳୟର ରୋଷେଇ ଗୃହ ଏବଂ ପାଚେରୀ ନିର୍ମାଣ ଏବଂ ୱାର୍ଡ଼ ନମ୍ବର ୧୦ ଓ ୧୧ ରେ ନୂତନ ନଳକୂପ ଖନନ, ବାଘମୁଣ୍ଡାରେ ପାଣି ମଟର ପୋଡ଼ି ଯାଇଥିବାରୁ ପିଇବା ପାଣି ସମସ୍ୟା ଓ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା, କୁଡ଼ାଲୋଇରେ ପାନୀୟ ଜଳ ଯୋଗାଣରେ ଅସୁବିଧା, ବଂଜାରୀ ରେ ପାଉଁଶରୁ ଇଟା ପ୍ରସ୍ତୁତ ହେଉ ଥିବା ପ୍ରଦୂଷଣ, ଅଢ଼ାପଡ଼ାରେ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାନାନ୍ତର, ମେଇଟିକ୍ରା ରେ ଉଠା ଜଳସେଚନ ପ୍ରକଳ୍ପ ପୁନଃ କାର୍ଯ୍ୟକ୍ଷମ କରାଯିବା, ସାରଙ୍ଗଡେରା ଭଅଁରଖୋଲରେ ଯଜ୍ଞମଣ୍ଡପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ଓ ପାନୀୟ ଜଳ ଯୋଗାଣ
ସମ୍ପର୍କିତ ବିଭିନ୍ନ ଅଭିଯୋଗ ସମ୍ପର୍କରେ ଶୁଣାଣି କରା ଯାଇଥିଲା। ସେହିପରି ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ମଧ୍ୟ ଶୁଣାଣି କରା ଯାଇଥିଲା । ଚିକିତ୍ସା ବାବଦକୁ ଜଣକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରା ଯାଇଛି। ସମ୍ପୃକ୍ତ ଅଧିକାରୀ ମାନଙ୍କୁ ତର୍ଜମା ପୂର୍ବକ ଅଭିଯୋଗ ଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ