Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତ୍ରୀ ଶ୍ରୀଲୀଲାଙ୍କ ଘରକୁ ଆସିଲେ ନୂଆ ଅତିଥି

ଚେନ୍ନାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲୀଲା ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ସବୁବେଳେ ଖବରରେ ରହିଥାନ୍ତି। ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ହିନ୍ଦୀ ସିନେମାରେ ଡେବ୍ୟୁ କରିବେ। ଏହି ସମୟରେ ଶ୍ରୀଲିଲା ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଶ୍ରୀଲିଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଶିଶୁକନ୍ୟା ସହିତ ନଜର ଆସୁଛନ୍ତି।

ଏହି ଫଟୋଗୁଡ଼ିକୁ ସେୟାର କରିବା ସମୟରେ ଅଭିନେତ୍ରୀ ତାଙ୍କ ଘରକୁ ଆସିଥିବା ଖୁସିର ଖବର ବିଷୟରେ ପ୍ରଶଂସକମାନଙ୍କୁ କହିଛନ୍ତି। ଶ୍ରୀଲୀଲାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ସେୟାର କରିବା ସମୟରେ ସେ କ୍ୟାପସନରେ ଲେଖିଛନ୍ତି – ‘ଘରେ ଆଉ ଜଣେ ନୂତନ ସଦସ୍ୟ ଯୋଗ ଦେଇଛନ୍ତି।

‘ଶ୍ରୀଲୀଲାଙ୍କ ପ୍ରଫେସନାଲ ଜୀବନ ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ଜଣକ ‘ପୁଷ୍ପା ୨’ର ‘କିସିକ୍’ ଗୀତ ପାଇଁ ଚର୍ଚ୍ଚାରେ ଥିଲେ। ଏବେ ସେ ଖୁବ୍ ଶୀଘ୍ର ହିନ୍ଦୀ ସିନେମାରେ ପାଦ ଦେବାକୁ ଯାଉଛନ୍ତି। ଶ୍ରୀଲୀଳା ଅନୁରାଗ ବସୁଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ