Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେ ୧ରୁ ୱେଟିଂ ଟିକେଟରେ ସ୍ଲିପର୍ କିମ୍ବା ଏସି କୋଚ୍‌ରେ କରିପାରିବେନି ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୧ ମେ ଠାରୁ ଟିକେଟ୍ ନିୟମକୁ କଡ଼ାକଡ଼ି କରିବାକୁ ଯାଉଛି। ଏବେ ୱେଟିଂ ଟିକେଟ୍ ଥିବା ଯାତ୍ରୀମାନଙ୍କୁ ସ୍ଲିପର୍ କିମ୍ବା ଏସି କୋଚ୍‌ରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ଯଦି ଜଣେ ଯାତ୍ରୀଙ୍କର ୱେଟିଂ ଟିକେଟ୍ ଅଛି ତେବେ ସେ କେବଳ ଜେନେରାଲ କୋଚରେ ଯାତ୍ରା କରିପାରିବେ।

୧ ମଇରୁ ଏହି ନିୟମ କଡ଼ାକଡ଼ି ଲାଗୁ ହେବା ପରେ ଯାତ୍ରୀମାନଙ୍କୁ ୱେଟିଂ ଟିକେଟରେ ସ୍ଲିପର୍ ଏବଂ ଏସି କୋଚ୍‌ରେ ଯାତ୍ରା କରିବାରୁ ବାରଣ କରାଯିବ। ଯଦି କୌଣସି ଯାତ୍ରୀଙ୍କ ପାଖରେ ସ୍ଲିପର ଏବଂ ଏସି କୋଚରେ ୱେଟିଂ ଟିକେଟ୍ ମିଳେ ତେବେ ଟିଟିଇ ତାଙ୍କୁ ଜରିମାନା କରିପାରିବେ କିମ୍ବା ଜେନେରାଲ କୋଚକୁ ପଠାଇପାରିବେ।

ଉତ୍ତର ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କ୍ୟାପଟେନ୍ ଶଶି କିରଣ କହିଛନ୍ତି ଯେ କନଫର୍ମ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧା ପାଇଁ ଏହି ନିୟମ କରାଯାଇଛି। ଯାହା ଦ୍ଵାରା କନଫର୍ମ ଟିକେଟ୍ ଥିବା ଯାତ୍ରୀମାନେ ୱେଟିଂ ଟିକେଟ୍ ଥିବା ଯାତ୍ରୀଙ୍କ ଯୋଗୁଁ ଯାତ୍ରା କରିବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ଯଦି କୌଣସି ବ୍ୟକ୍ତି ସ୍ଲିପର କୋଚରେ ୱେଟିଂ ଟିକେଟ୍ ସହିତ ଯାତ୍ରା କରୁଥିବା ଧରାପଡ଼ନ୍ତି ତେବେ ତାଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ। ଏହା ବ୍ୟତୀତ ଯାତ୍ରା ପାଇଁ ସମ୍ପୂର୍ଣ୍ଣ ଭଡ଼ା ନିଆଯିବ ଏବଂ ଦୂରତା ଉପରେ ନିର୍ଭର କରି ଅତିରିକ୍ତ ଶୁଳ୍କ ମଧ୍ୟ ଦେବାକୁ ପଡ଼ିପାରେ। ତଥାପି ଯଦି ଜଣେ ଯାତ୍ରୀ ୩ୟ ଏସି କିମ୍ବା ୨ୟ ଏସି କୋଚରେ ୱେଟିଂ ଟିକେଟ୍ ସହିତ ଯାତ୍ରା କରନ୍ତି, ତେବେ ତାଙ୍କୁ ଆହୁରି ଅଧିକ ଜରିମାନା ଦେବାକୁ ପଡ଼ିପାରେ।

ଏହି ପରିସ୍ଥିତିରେ ଯାତ୍ରୀଙ୍କୁ ଯାତ୍ରା ଭଡ଼ା ସହିତ ୪୪୦ ଟଙ୍କା ଦେବାକୁ ପଡିବ। ଏହା ସହିତ ଟିଟିଇଙ୍କର ଯାତ୍ରୀଙ୍କୁ ଜେନେରାଲ କୋଚକୁ ପଠାଇବାର କିମ୍ବା ପରବର୍ତ୍ତୀ ଷ୍ଟେସନରେ ଟ୍ରେନରୁ ଓହ୍ଲାଇବାର ଅଧିକାର ଅଛି। ସେହିପରି ପ୍ରଥମ ଶ୍ରେଣୀରେ ବିନା ଟିକେଟରେ ଯାତ୍ରା କରିବା ପାଇଁ ମଧ୍ୟ ଭାରୀ ଜରିମାନା ଆଦାୟ କରାଯାଇପାରିବ। ଆହୁରି ମଧ୍ୟ ରେଳ ନିୟମ ଅନୁଯାୟୀ, ବିନା ଟିକେଟରେ ଯାତ୍ରା କଲେ ସର୍ବାଧିକ ୧,୦୦୦ ଟଙ୍କା ଜରିମାନା ଏବଂ ଛଅ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories