Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଦୋଦର କଲେଜରେ ଗ୍ରାମ ଉତଥାନ ର ଯୁବ ବିକାଶ କାର୍ଯ୍ୟକ୍ରମରେ ଆଲୋଚନା ଚକ୍ର

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ଉତ୍ଥାନ ଦ୍ଵାରା ମାଁ ଉମାଦେବୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଉଲୁଣ୍ଡା ବ୍ଲକ ର କାଦୋଦର ଠାରେ ଦୀର୍ଘ ନଅ ମାସ ହେବ ଯୁବ ବିକାଶ କାର୍ଯ୍ୟକ୍ରମ ଚାଲି ଆସୁଅଛି । ଏହି କାର୍ଯ୍ୟକ୍ରମ ଦି କମ୍ୟୁନିଟି ୟଥ୍ କଲେକ୍ଟିଭ, ଦିଲ୍ଲୀ ର ସହାୟତାରେ କରାଯାଉଅଛି । ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସୋମବାର ଦି କମ୍ୟୁନିଟି ୟଥ୍ କଲେକ୍ଟିଭ , ଦିଲ୍ଲୀ ର ସଦସ୍ୟ ୱାସିମ୍ ଖାନ ଓ ସଞ୍ଜୟ , ଆଶାୟାନ୍ ଅନୁଷ୍ଠାନ , ଭୁବନେଶ୍ୱର ର ସିଇଓ ରତ୍ନାକର ସାହୁ , ଗ୍ରାମଊତଥାନର ସିଇଓ ପ୍ରତାପ କୁମାର ପ୍ରଧାନ , ଗ୍ରାମଉତ୍‌ଥାନର ଯୁବ ବିକାଶ କାର୍ଯ୍ୟକ୍ରମ ପରିଚାଳକ କ୍ଷୀରେନ୍ଦ୍ର ରଣା, ଗ୍ରାମଉତ୍‌ଥାନର ଯୁବ ବିକାଶ କାର୍ଯ୍ୟକ୍ରମ ପରିଚାଳିକା ରଶ୍ମିତା ପଧାନ ଉପସ୍ଥିତ ଥିଲେ । ସେମାନେ ଏହି ଯୁବ ବିକାଶ କାର୍ଯ୍ୟକ୍ରମ ଦ୍ଵାରା ଯୁବକ ଯୁବତୀ ମାନଙ୍କର ଉନ୍ନତି ବିଷୟରେ ଆଲୋଚନା କରିଥିଲେ ଓ ସେମାନଙ୍କର ଉନ୍ନତି ପରିଲକ୍ଷିତ କରି ଥିଲେ l ଏହା ସହିତ ସେମାନେ ଯୁବ କାର୍ଯ୍ଯକ୍ରମର ବିଭିନ୍ନ ଦିଗ ବିଷୟରେ ୟୁଥ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ସମସ୍ତେ ମାଁ ଉମାଦେବୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଦୋଦରର ଅଧ୍ୟକ୍ଷ ବଲ୍ଲଭ ପୁରୋହିତ, ଆଇଟି ଅଧ୍ୟାପକ ଉଦ୍ଧବ ପଧାନ, ଇଂରାଜୀ ଅଧ୍ୟାପକ ସୁଶାନ୍ତ ଦେହେରୀ ଙ୍କ ସହିତ ଏହି କାର୍ଯ୍ୟକ୍ରମ ଦ୍ଵାରା ଯୁବକ ଯୁବତୀ ମାନଙ୍କର ବିକାଶ କ୍ଷେତ୍ର ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ୪୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ