Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନୀ ଆର୍ମିର ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କଲା ଭାରତ

Oplus_131072

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ, ପାକିସ୍ତାନ ବିରୁଦ୍ଧରେ ଲଗାତାର କଠୋର ନିଷ୍ପତ୍ତି ନେଉଛି। ଗତକାଲି ସନ୍ଧ୍ୟାରେ ଭାରତ ପାକିସ୍ତାନ ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଥିଲା। ଏହା ପରେପରେ ପାକିସ୍ତାନୀ ସେନାର ସରକାରୀ YouTube ଚ୍ୟାନେଲକୁ ମଧ୍ୟ ଭାରତରେ ବ୍ଲକ କରାଯାଇଥିଲା।

ତେବେ ପୂର୍ବରୁ କେନ୍ଦ୍ର ସରକାର ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜାଙ୍କ X ହ୍ୟାଣ୍ଡେଲକୁ ବ୍ଲକ୍ କରିଛନ୍ତି। ଏବେ ଭାରତରେ ଡନ୍ ସମେତ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ଲକ କରାଯାଇଛି। ସେହିପରି ଭାରତ ଏବଂ ପାକିସ୍ତାନ ବିଷୟରେ ରିପୋର୍ଟିଂ କରିବା ବେଳେ ସତର୍କ ରହିବାକୁ ବିବିସିକୁ ମଧ୍ୟ ଚେତାବନୀ ଦେଇଛି ଭାରତ।

ଭାରତୀୟ ସେନା, ଭାରତ ସରକାର, ଭାରତୀୟ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ମିଥ୍ୟା, ଭ୍ରମାତ୍ମକ, ଅସାମାଜିକ ଏବଂ ଉତ୍ତେଜନାମୂଳକ ସୂଚନା ପ୍ରସାରଣ କରିବା କାରଣରୁ ଭାରତ ପାକିସ୍ତାନର YouTube ଏବଂ X ହ୍ୟାଣ୍ଡେଲଗୁଡ଼ିକୁ ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲା। ଅପରପକ୍ଷେ ଭାରତ ପାକିସ୍ତାନ ପାଇଁ ଏହାର ଏୟାରସ୍ପେସ ମଧ୍ୟ ବନ୍ଦ କରିଦେଇଛି। ଭାରତ ଏହି ସମ୍ପର୍କରେ ଏୟାରମେନଙ୍କୁ ଏକ ନୋଟିସ (NOTAM) ମଧ୍ୟ ଜାରି କରିଛି। ଯାହା ଏପ୍ରିଲ ୩୦ରେ ଜାରି କରାଯାଇଥିଲା ଏବଂ ଏହି ନିଷ୍ପତ୍ତି ମେ ୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ