Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଥର ରେକର୍ଡ ସଂଖ୍ୟାରେ ଭୋଟ୍‌ ଦେଇଛି ଝାରସୁଗୁଡା; ପଛରେ ପଡ଼ିଲା ୨୦୧୯ ଭୋଟିଂ

ଝାରସୁଗୁଡ଼ା: ଗତକାଲି ଥିଲା ଝାରସୁଗୁଡ଼ା ଉପନିର୍ବାଚନ। ତେବେ ଭୋଟରମାନେ ଉତ୍ସାହର ସହ ଭୋଟ୍‌ ଦେଉଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ଝାରସୁଗୁଡା ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଥିବା ଜଣାପଡ଼ିଛି । ୨୦୧୯ ନିର୍ବାଚନକୁ ବି ପଛରେ ପକାଇ ଦେଲା ଚଳିତ ବର୍ଷ ନିର୍ବାଚନ। ଏଥର ମୋଟ୍ ୭୯.୨୧ ପ୍ରତିଶତ ମତଦାନ ହୋଇଛି । ୨୦୧୯ରେ ୭୮.୯୨ ପ୍ରତିଶତ ମତଦାନ ହୋଇଥିଲା।

ଆସନ୍ତା ୧୩ରେ ପ୍ରକାଶ ପାଇବ ଫଳ। ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ୍ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଇଭିଏମରେ ସିଲ୍‌ ହୋଇସାରିଛି ଭୋଟ୍‌। ଭୋଟିଂ ପରେ କଡା ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍ ଓ ଭିଭିପିଏଟି ମେସିନ୍ ଗୁଡ଼ିକୁ ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ