Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଗିସୋ ରାବାଡାଙ୍କୁ କ୍ରିକେଟର ସବୁ ଫର୍ମାଟରୁ ନିଲମ୍ବିତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ସମସ୍ତ ପ୍ରକାରର କ୍ରିକେଟରୁ ସାମୟିକ ଭାବରେ ନିଲମ୍ବିତ କରାଯାଇଛି। ସେ ନିଷିଦ୍ଧ ଔଷଧ ସେବନ ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଶନିବାର ଏହି ସୂଚନା ନିଜେ ଷ୍ଟାର ଖେଳାଳି ଦେଇଛନ୍ତି। ରାବାଡା କିଛି ଦିନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଘରକୁ ଫେରିଥିଲେ ଏବଂ ସେବେଠାରୁ ସେ ଗୁଜରାଟ ଟାଇଟାନ୍ସରେ ଯୋଗ ଦେଇପାରି ନାହାଁନ୍ତି।

ଏହି ଦ୍ରୁତ ବୋଲର ଚଳିତ ସିଜିନରେ ଗୁଜରାଟ ପାଇଁ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସେ ୪୧ ରନ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ଏହା ପରେ ମୁମ୍ବାଇ ବିପକ୍ଷରେ ସେ ୪୨ ରନ ଖର୍ଚ୍ଚ କରିଥିଲେ ଏବଂ କେବଳ ଗୋଟିଏ ୱିକେଟ ନେଇଥିଲେ।

ଏନେଇ ରାବାଡା କହିଛନ୍ତି- ମୁଁ ବ୍ୟକ୍ତିଗତ କାରଣରୁ IPLରେ ଅଂଶଗ୍ରହଣ କରି ଦକ୍ଷିଣ ଆଫ୍ରିକା ଫେରିଛି। ମୋର ନିଷିଦ୍ଧ ଔଷଧ ବ୍ୟବହାର ଯୋଗୁଁ ଏହା ଘଟିଛି। ମୁଁ ଯେଉଁମାନଙ୍କୁ ନିରାଶ କରିଛି, ସେମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। କ୍ରିକେଟ୍ ଖେଳିବାର ସୌଭାଗ୍ୟକୁ ମୁଁ କେବେ ହାଲୁକା ଭାବରେ ନେବି ନାହିଁ। ଏହି ସୁବିଧା ମୋଠାରୁ ବଡ଼। ଏହା ମୋର ବ୍ୟକ୍ତିଗତ ଆକାଂକ୍ଷାଠାରୁ ବହୁତ ଦୂରରେ। ମୁଁ ଏକ ସାମୟିକ ନିଲମ୍ବନ ଭୋଗୁଛି। ମୋ ଦୋଷ ପାଇଁ ମୁଁ ଲଜ୍ଜିତ। ଖୁବ୍‌ଶୀଘ୍ର କ୍ରିକେଟ୍ ପଡ଼ିଆକୁ ଫେରିବି ବୋଲି ରବାଡା କହିଛନ୍ତି।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ