Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମ୍ମୁ ଓ କାଶ୍ମୀରର ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ବିପଦ ଦେଖାଦେଇଛି। ଏଠାକାର ଜେଲ ଉପରେ ଆକ୍ରମଣ ହେବା ବିଷୟରେ ଗୁପ୍ତ ସୂଚନା ଥିବା ରିପୋର୍ଟରେ ଦର୍ଶାଯାଇଛି।

ପୁଞ୍ଚରେ ମଧ୍ୟ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଏକ ଆଡ୍ଡା ପାଇଛନ୍ତି। ଯେଉଁଠାରୁ ଟିଫିନରେ IED ଜବତ କରାଯାଇଛି। ବର୍ତ୍ତମାନ ଏହା ବିଷୟରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇନାହିଁ। ବିଶେଷ କଥା ହେଉଛି ଏହି ଜେଲଗୁଡ଼ିକ ମଧ୍ୟରୁ କିଛିରେ ବଡ଼ ଆତଙ୍କବାଦୀ ମଧ୍ୟ ସେମାନଙ୍କ ସଜା କାଟୁଛନ୍ତି।

ତେବେ ୨୨ ଏପ୍ରିଲରେ ହୋଇଥିବା ଆକ୍ରମଣ ପରଠାରୁ ସେନା ସତର୍କ ରହିଛି ଏବଂ ଆକ୍ରମଣକାରୀଙ୍କ ସନ୍ଧାନ ଚାଲିଛି। ଜମ୍ମୁ-କାଶ୍ମୀରର ଜେଲଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରିପୋର୍ଟରେ ଗୁଇନ୍ଦା ସୂଚନାକୁ ଆଧାରରେ କୁହାଯାଇଛି ଯେ ଆତଙ୍କବାଦୀମାନେ ଜମ୍ମୁର କୋଟ ବଲୱାଲ ଜେଲ ଏବଂ ଶ୍ରୀନଗର କେନ୍ଦ୍ରୀୟ ଜେଲକୁ ଟାର୍ଗେଟ କରିପାରନ୍ତି। ଏହି ଜେଲଗୁଡ଼ିକରେ ବଡ଼ ଆତଙ୍କବାଦୀଙ୍କଠାରୁ ଆରମ୍ଭ କରି ସ୍ଲିପର ସେଲ୍ ସଦସ୍ୟ ପର୍ଯ୍ୟନ୍ତ ବନ୍ଦୀ ଅଛନ୍ତି।

ଗୁଇନ୍ଦା ସୂଚନା ଆଧାରରେ, ଜେଲଗୁଡ଼ିକର ସୁରକ୍ଷା ସମୀକ୍ଷା କରାଯାଉଛି ଏବଂ କୌଣସି ଅଘଟଣକୁ ଏଡାଇବା ପାଇଁ ପଦକ୍ଷେପ ମଧ୍ୟ ନିଆଯାଉଛି। ସେହିପରି ଡିଜି (ସିଆଇଏସଏଫ) ପରିସ୍ଥିତି ସମୀକ୍ଷା କରିବା ପାଇଁ ଶ୍ରୀନଗରରେ ଶୀର୍ଷ ସୁରକ୍ଷା ଅଧିକାରୀମାନଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, ୨୦୨୩ ମସିହାରେ ଜମ୍ମୁ ଏବଂ କାଶ୍ମୀରର ଜେଲଗୁଡ଼ିକୁ CRPF ଠାରୁ ନିଆଯାଇ CISFକୁ ହସ୍ତାନ୍ତର କରାଯାଇଥିଲା।

More Stories