Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରେ ପୁଣି ଭୂମିକମ୍ପ

କରାଚି: ପାକିସ୍ତାନରେ ସୋମବାର ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ, ଅପରାହ୍ନ ୪ଟାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ପାକିସ୍ତାନରେ ସନ୍ଧ୍ୟା ୪:୦୦:୦୫ (IST) ସମୟରେ ରିକ୍ଟର ସ୍କେଲରେ ୪.୨ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) କହିଛି।

ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହା ପୂର୍ବରୁ ଗତ ସପ୍ତାହରେ ବୁଧବାର ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯଦିଓ ଏହି ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ନାହିଁ।

More Stories