Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଏବଂ ପାକିସ୍ତାନ ଉତ୍ତେଜନା ମଧ୍ୟରେ UNSCରେ ବୈଠକ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ରୁଦ୍ଧଦ୍ୱାର ଆଲୋଚନା ଆରମ୍ଭ କରିଛି। ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ବୟାନର କିଛି ଘଣ୍ଟା ପରେ ଏହି ଆଲୋଚନା ହେଉଛି, ଯେଉଁଥିରେ ସେ କହିଥିଲେ ଯେ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ଧାରି ପଡ଼ୋଶୀଙ୍କ ମଧ୍ୟରେ ଏପରି ଉତ୍ତେଜନା ‘ବହୁତ ବର୍ଷ’ ପରେ ଦେଖାଯାଇଛି।

ବର୍ତ୍ତମାନ ୧୫-ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ ପାକିସ୍ତାନ, ପରିସ୍ଥିତି ଉପରେ “ରୁଦ୍ଧଦ୍ୱାର ବୈଠକ” ପାଇଁ ଅନୁରୋଧ କରିଥିଲା। ମେ ମାସ ପାଇଁ ପରିଷଦର ସଭାପତି ଗ୍ରୀସ୍ ହୋଇଥିବା ବେଳେ ମେ ୫ ତାରିଖ ମଧ୍ୟାହ୍ନରେ ଏକ ବୈଠକ ସ୍ଥିର ହୋଇଥିଲ। ଏହି ରୁଦ୍ଧଦ୍ୱାର ବୈଠକ ସୁରକ୍ଷା ପରିଷଦ ଚାମ୍ବରରେ ହେଉନାହିଁ। ଯେଉଁଠାରେ ପରିଷଦ ସଦସ୍ୟମାନେ ପାୱାର ଟେବୁଲରେ ବସିଥାନ୍ତି ବରଂ ଚାମ୍ବର ପାଖରେ ଥିବା ଏକ ପରାମର୍ଶ କକ୍ଷରେ ହେଉଛି।

ତେବେ ରୁଦ୍ଧଦ୍ୱାର ଆଲୋଚନାର କିଛି ଘଣ୍ଟା ପୂର୍ବରୁ ଗୁଟେରେସ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବିଷୟରେ କହିଥିଲେ ଯେ “ସମ୍ପର୍କରେ ଏତେ ଉତ୍ତେଜନା ଦେଖି ମୋତେ କଷ୍ଟ ହେଉଛି।”

ଉଲ୍ଲେଖଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ଯୁଦ୍ଧର ଦ୍ୱାରଦେଶରେ ପହଞ୍ଚିଛନ୍ତି। ଯାହା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ବିଦେଶୀ ନାଗରିକଙ୍କ ସମେତ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ