ମିଳିତ ଶିକ୍ଷକ ସଂଘ ପକ୍ଷରୁ ବି ଇ ଓ ଙ୍କୁ ଦାବିପତ୍ର ପ୍ରଦାନ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପ୍ରାଥମିକ ବିଦ୍ୟାଳୟ ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ସୋମବାର ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବି ଇ ଓ ଙ୍କ ଅନୁପସ୍ଥିତିରେ ବି ଇ ଓ କାର୍ଯ୍ୟାଳୟର ତପନ କୁମାର ମହାରଣାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ଖାଲିପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଏବଂ ୟୁନିଫାଏଡ଼ ଅଟୋମେସନ ସିଷ୍ଟମ କୁ ବାତିଲ କରିବା ନେଇ ଦାବିପତ୍ରରେ ଉଲ୍ଳେଖ ରହିଅଛି ‌ l ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବ ପରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଖୋଲିଛନ୍ତି l ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଅଷ୍ଟମ ଶ୍ରେଣୀ କୁ ଉଚ୍ଚ ବିଦ୍ୟାଳୟରୁ କାଢି ପ୍ରାଥମିକ ବିଦ୍ୟାଳୟରେ ରଖିବା ଓ ଶିଶୁ ବାଟିକା ଖୋଲିବା ପରେ ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ଶ୍ରେଣୀ ବୃଦ୍ଧି ହୋଇ ନଅଟି ଶ୍ରେଣୀ ହୋଇଛି l ହେଲେ ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି l ଖାଲି ପଡ଼ିଥିବା ପଦବୀରେ ତୁରନ୍ତ ନିୟମିତ ଶିକ୍ଷକ ନିଯୁକ୍ତି କରିବା, ୟୁନିଫାଏଡ ଅଟୋମେଶନ ସିଷ୍ଟମ ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମୋବାଇଲ ଓ ଇଣ୍ଟରନେଟ ସୁବିଧା ଦିଆଯାଇ ନଥିବାରୁ ବର୍ତମାନ ଏହାକୁ ବାତିଲ କରିବା ଓ ଶିକ୍ଷକ ଶିକ୍ଷୟତ୍ରୀ ୟୁନିଫର୍ମର ଭତ୍ତା ପ୍ରଦାନ କରିବା ପାଇଁ ପ୍ରାଥମିକ ମିଳିତ ଶିକ୍ଷକ ସଙ୍ଘ ଦାବି କରିଛି l ଏନେଇ ମିଳିତ ଶିକ୍ଷକ ସଂଘର ସଭାପତି ଯୁଗଳ କିଶୋର ମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ମେଘନାଥ ଭୋଇ , ସହ ସମ୍ପାଦକ ରାସବିହାରି ମେହେର ,ଏନ୍ ପି ଏସ ସଂଘର ସଭାପତି ନାରାୟଣ ଜଗଦଲା ଗୋଷ୍ଠୀ ଶିକ୍ଷାଧିକାରିଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ l