Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତା ମହୁଲ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ କାର୍ଯ୍ୟଳୟ ପରିସର ରେ ସୋମବାର ଦିନ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ସମୁଦାୟ ୩୨ ଟି ଅଭିଯୋଗ ହୋଇଥିଲା । ତନ୍ମଧ୍ୟରୁ ୨୭ ଟି ଅଭିଯୋଗ ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୫ଟି ଅଭିଯୋଗ ଗୋଷ୍ଠୀ ଗତ ଅଭିଯୋଗ ହୋଇଛି। ଏହି ଶିବିର ରେ ବୀରମହାରାଜପୁର ବିଡିଓ ରାଜୀବ ହାଁସଦା , ସ୍ଥାନୀୟ ସରପଞ୍ଚ ଆକସ୍ମିତା ବଢିଆ, ଏଇ ସୋବାନଥ ମାଝି, ପଞ୍ଚାୟତର ପିଇଓ ଙ୍କ ସମତେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ। ଅଭିଯୋଗ ଗୁଡ଼ିକ ତୁରନ୍ତ ସମାଧାନ କରିବାକୁ ବିଭିନ୍ନ ବିଭାଗର ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।