ବୀରମହାରାଜପୁର ରେ ଆଦିବାସୀ ଭବନ ପାଇଁ ଭୂମି ପୂଜନ ଉତ୍ସବ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସ୍ଥାନୀୟ ଚମ୍ପାମାଲ ଗୋଚର ଜମି ଉପରେ ଉପଜିଲ୍ଲାପାଳ କାର୍ଯାଳୟ ପଛ ପଟେ ଆଦିବାସୀ ଭବନ ନିର୍ମାଣ ପାଇଁ ଭୂମି ପୂଜନ ହୋଇଯାଇଛି l ହିଲୁଙ୍ଗ ସେବା ସମବାୟ ସଭାପତି ଯୋଗୀନ୍ଦ୍ର ମିର୍ଦ୍ଧା, କୋଟସମଲେଇ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ନନ୍ଦନ ଭୋଇ ଙ୍କର ଉଦ୍ୟମ ଫଳରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଦିବାସୀ ନେତ୍ରୀ ପ୍ରଭାତୀ ବା,ଶ୍ୟାମ ସୁନ୍ଦର ଭୋଇ ଙ୍କ ସମେତ ବହୁ ଆଦିବାସୀ ନେତୃତ୍ୱ ସାମିଲ ହୋଇଥିଲେ l ସ୍ଥାନୀୟ ତହସିଲଦାର, ଜିଲ୍ଲାପାଳ ଅନ୍ୟା ଦାସ , ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଲା , ସାଂସଦ ସଙ୍ଗୀତାରାଣୀ ସିଂ ଦେଓ , ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଙ୍କୁ କୃତଜ୍ଞତା ଜଣାଇଛନ୍ତି l ଆଜି ଏହି ଭୂମି ପୂଜନ ସମୟରେ ସମାଜସେବୀ କିଶୋର ହୋତା ଏବଂ ଆଇନଜୀବୀ ଆଶ୍ରୟ ମହାନନ୍ଦ ଭୂମି ପୂଜନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବାର ଜଣାଯାଇଛି l