Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଚଳିତ ପାକ୍, ଭାରତର ଆକ୍ସନ ପରେ LOC ରେ କଲା ଫାୟାରିଂ

ନୂଆଦିଲ୍ଲୀ: ଭାରତ ଆଜି ପାକିସ୍ତାନକୁ ଉଚିତ ଜବାବ ଦେଇଛି । ଏଥିସହିତ ଅପରେସନ ସିନ୍ଦୂର ଅଧୀନରେ ଦେଶରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଉତ୍ତେଜିତ ହୋଇ ପଡିଥିବା ବେଳେ ସାଧାରଣ ଭାରତୀୟଙ୍କୁ ଟାର୍ଗେଟ କରିଛି।

ପାକିସ୍ତାନ LOC ଉପରେ ଫାୟାରିଂ କରିଛି। ଏହି ଗୁଳିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଞ୍ଚ ଜିଲ୍ଲା ଅଧିକାରୀ ପାକିସ୍ତାନୀ ମୋର୍ଟାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଭାରତୀୟ ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଛି। ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ସେନାର ମଧ୍ୟ କ୍ଷତି ହୋଇଛି।

ଡିଭିଜନାଲ କମିଶନର ଜମ୍ମୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଜମ୍ମୁ, ସାମ୍ବା, କାଠୁଆ, ରାଜୌରୀ ଏବଂ ପୁଞ୍ଚର ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ। ପାକିସ୍ତାନ ସେନା ଜମ୍ମୁ ଓ କାଶ୍ମୀର ବିପରୀତ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ଥିବା ପୋଷ୍ଟଗୁଡ଼ିକରୁ ଅବାଧ ଗୁଳିଚାଳନା କରିଥିଲା, ଯେଉଁଥିରେ ତୋପ ମାଡ଼ ମଧ୍ୟ ସାମିଲ ଥିଲା। ଏହି ଅଚାନକ ଗୁଳିଚାଳନା ଯୋଗୁଁ ତିନି ଜଣ ନିରୀହ ନାଗରିକ ପ୍ରାଣ ହରାଇଲେ। ପାକିସ୍ତାନର ଏହି ଗୁଳିମାଡ଼ର ଉଚିତ ଜବାବ ଦେଇଥିଲା ଭାରତୀୟ ସେନା।

ତେବେ ଏହା ପୂର୍ବରୁ ମଧ୍ୟ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଯାହାର ଭାରତ ଉଚିତ ଜବାବ ଦେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ