Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଚଣ୍ଡ ରୌଦ୍ରତାପରେ ଅସହାୟ ଙ୍କୁ ରକ୍ତ ଦାନ କଲେ ସମାଜସେବୀ ହୃଷୀକେଶ ଦେହେରୀ

ଉଲୁଣ୍ଡା : (ସୌମିତ୍ରିମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ଗ୍ରାମ କୁଡାପଡାର ମଦନ ମାଝୀ କିଡ଼ିନୀ ରୋଗରେ ପୀଡିତ ହୋଇ ଜରୁରୀ କାଳୀନ ବିଭାଗ ରେ ଚିକିତ୍ସାଧିନ ଥିଲେ । ତାଙ୍କ ପୁତ୍ର ସ୍ୱେଚ୍ଛାସେବୀ ଶମ୍ଭୁ ରାଜ କର୍ଣ୍ଣଙ୍କୁ ଏ ସଂକ୍ରାନ୍ତରେ ଯୋଗାଯୋଗ କରିଥିଲେ । ସ୍ଵଚ୍ଛା ସେବୀ ଧବଳେଶ୍ବର ଭୁକ୍ତାଙ୍କ ସହ ପ୍ରଚଣ୍ଡ ରୌଦ୍ରତାପରେ ଯାଇ ହୃଷୀକେଶ ଦେହେରୀଙ୍କୁ ବାଇକ୍ ରେ ୩୦ କିଲୋମିଟର ଆଣିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମର ସମାଜସେବୀ ହୃଷୀକେଶ ଦେହେରୀ ପ୍ରଚଣ୍ଡ ରୁଦ୍ର ତାପକୁ ଖାତିର ନ କରି ଆସି ରକ୍ତଦାନ କରିଥିଲେ। ତାଙ୍କୁ ଦୁଇ ଜଣ ସ୍ଵଚ୍ଛାସେବୀ ଶମ୍ଭୁରାଜ କର୍ଣ୍ଣ ଓ ଧବଳେଶ୍ବର ଭୁକ୍ତା ଉତ୍ସାହିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ