ଅସ୍ତରଙ୍ଗ,ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ରେ ଚାଲୁଥିବା ଏକ ବେୟ ବହୁଳ ବେଆଇନ କରତକଳ ଉପରେ କଟକ ଭୁବନେଶ୍ୱର ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ, ଅସ୍ତରଙ୍ଗ ବନବିଭାଗ, କାକଟପୁର ପୋଲିସ ଓ ଅସ୍ତରଙ୍ଗ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ଅଚାନକ ଚଢାଉ ହେବା ସହ ପାଖାପାଖି ୫ ଲକ୍ଷ ଟଙ୍କା ର ମେସିନ ଓ କାଠ ଜବତ ହୋଇଛି l ସୂଚନା ମୁତାବକ ଅସ୍ତରଙ୍ଗ କାକଟପୁର ଅଞ୍ଚଳ ରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ କରତକଳ ଚାଲିଛି, ଲକ୍ଷ ଲକ୍ଷ ଟଙ୍କା ର ବେଆଇନ କାଠ କାଟିବା ସହ ବାହାରକୁ ଚାଲାଣ ମଧ୍ୟ ହେଉଛି l କୌଣସି ବିଶେଷ ସୂତ୍ର ରୁ ଟ୍ୱିନ୍ ସିଟି ଭିଜିଲାନ୍ସ ପାଖରେ ଏହି ଖବର ରହିଥିଲା, ତେଣୁକରି ଆଜି କଟକ ଓ ଭୁବନେଶ୍ୱର ର ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ ର ୨ ମହିଳା ଏସିଏଫ ଙ୍କ ନେତୃତ୍ୱ ରେ ସ୍ୱତନ୍ତ୍ର ଟିମ୍, ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ଙ୍କ ସହାୟତା ରେ ଚଢ଼ାଉ କରି ଗ୍ୟାସ କଟର ରେ ସମସ୍ତ ମେସିନ କାଟିବା ସହିତ ମୂଲ୍ୟବାନ ଜାମୁ ସହିତ ଚାକୁଣ୍ଡା କାଠ ଜବତ କରିଛି lଏହି ଚଢ଼ାଉ ରେ ପାଖାପାଖି ୫୦ ରୁ ଉର୍ଦ୍ଧ ଫରେଷ୍ଟ ଓ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ lଏହି ବାବଦରେ ଉପସ୍ଥିତ ଭିଜିଲାନ୍ସ ଓ ବନାଞ୍ଚଳ ଅଧିକାରୀ ଙ୍କ ସୂଚନା ମୁତାବକ ଅସ୍ତରଙ୍ଗ ତହସିଲଦାର ଙ୍କ ସହାୟତା ରେ ଜାଗା ର ରେକର୍ଡ ମଗାଯାଇ ଜାଗା ମାଲିକ ଙ୍କ ନାମରେ କେଶ ପଞ୍ଜିକରଣ କରାଯିବା ସହ ଜିଲ୍ଲା ଫରେଷ୍ଟ ଅଧିକାରୀ ଙ୍କ କୋର୍ଟ ରେ ବିଚାର କରାଯିବ l ବେଆଇନ ବିଦ୍ୟୁତ ସଂଯୋଗ, ବେ ଆଇନ ଗଛକଟା ଆଉ ଏହା ସହିତ ବେଆଇନ କରତକଳ ଉପରେ ଆଗକୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି, ବିଦ୍ୟୁତ ବିଭାଗ ମଧ୍ୟ ଏହି ଘଟଣା ଉପରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିକ୍ରିୟା ଦେଇଛନ୍ତିl ଏଠାରେ ପ୍ରକାଶ ଯୋଗ୍ୟ ଯେ ଅସ୍ତରଙ୍ଗ ରେଞ୍ଜ ଅଧୀନ କାକଟପୁର, ଅସ୍ତରଙ୍ଗ, ତୁଳଶିପୁର, ଚାରିଛକ ଆଦି ସ୍ଥାନରେ ବେ ଆଇନ କରତ କଳ ବର୍ତମାନ ଚାଲୁଅଛି l
ଭିଜିଲାନ୍ସ ଫୋରେଷ୍ଟ ୱଇଙ୍ଗ ର ବେ ଆଇନ କରତ କଳ ଉପରେ ଚଢ଼ାଉ l
