Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଇସ୍ତଫା ଦାବିକରି ଆସନ୍ତା 13 ତାରିଖ ବୀରମହାରାଜପୁର ବନ୍ଦ ଡାକରା ଦେଇଛି ଆମ୍ ଆଦମି ପାର୍ଟି

ବୀରମହାରାଜପୁର : (ସୌମିତ୍ରି ମେହେର) ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ କରି ସୁବର୍ଣ୍ଣପୁର ଜିଲ୍ଲା ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ତାଙ୍କର ଇସ୍ତାଫା ଦାବୀ କରାଯାଇଛି । ଦଳ ପକ୍ଷରୁ ତାଙ୍କର ଇସ୍ତାଫା ଦାବି କରି ଆସନ୍ତା ୧୩ ତାରିଖ ଦିନ ବୀରମହାରାଜପୁର ବନ୍ଦ ଡାକରା ଦିଆଯାଇଛି । ଗୁରୁବାର ବୀରମହାରାଜପୁର ପୂର୍ତ୍ତ ବଙ୍ଗଳା ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା ସୂଚନା ଦିଆଯାଇଛି । ଏଥିରେ ଆମ ଆଦମୀ ପାର୍ଟିର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସୁରେଶ କଲତା , ଉପସଭାପତି ପୃଥ୍ୱୀରାଜ ଜଗଦଲା , ବୀରମହାରାଜପୁର ଆମ୍ବେଦକର ସେବା ସଂଘ ସଭାପତି ଅନାଦି ଜଗଦଲା , ଅଲ ଓଡିଶା କେଉଟ , ଧିବର , କୈବର୍ତ୍ତ ହଟାଓ କ୍ରିୟାନୁଷ୍ଠାନ କମିଟିର ଆବାହକ ଡିଙ୍ଗର କୁମ୍ଭାର ପ୍ରମୁଖ ମଞ୍ଚାସୀନ ଥିଲେ । ଏହାଛଡା ଭୀମ ଆର୍ମିର ଜିଲ୍ଲା ସଭାପତି ପ୍ରଦୀପ ଜାଲ, ସୁବଳ ଜଗଦଲା, ଘନଶ୍ୟାମ ଭୋଇ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ମନ୍ତ୍ରୀ ଶିକ୍ଷା ଅଧ୍ୟୟନ ସମୟରୁ ଅନୁସୂଚିତ ଜାତି ଭାବରେ ସମସ୍ତ ସରକାରୀ ସୁବିଧା ହାତେଇ ଥିବାବେଳେ ତାଙ୍କ ବିରୋଧରେ ଉତ୍ତରାଞ୍ଚଳ ରାଜସ୍ବ କମିଶନଙ୍କ କୋର୍ଟରେ ମାମଲା ବିଚରାଧୀନ ରହିଛି ଏବଂ ନୈତିକତା ଦୁଷ୍ଟିରୁ ସେ ମନ୍ତ୍ରୀ ପଦରୁ ଇସ୍ତାଫା ଦେବାକୁ ଆମ ଆଦମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ