Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିମ୍ବପାଲି ଗ୍ରାମର ମାନସିକ ଅନଗ୍ରସର ଯୁବକ ଦିନେଶ୍ ନାଏକ ସମ୍ବଲପୁର ରୁ ଉଦ୍ଧାର

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମ୍ବପାଲିର ମାନସିକ ଅନଗ୍ରସର ଯୁବକ ସମ୍ବଲପୁରରୁ ଉଦ୍ଧାର ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଲିମ୍ବପାଲି ଗ୍ରାମର ମାନସିକ ଅନଗ୍ରସର ଯୁବକ ଦୀନେଶ ନାଏକ ଚିକିତ୍ସା ନିମନ୍ତେ ବୁର୍ଲା ଭୀମସାରକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ମାନସିକ ଅନଗ୍ରସର କାରଣରୁ ଚିକିତ୍ସାଳୟରୁ ପଳେଇ ଆସି ସମ୍ବଲପୁର ଅଇଁଠାପାଲି ବସ୍ତିରେ ପଶି ଯାଇଥିଲେ ଏବଂ ସନ୍ଦେହ ଜନକ ଅବସ୍ଥାରେ ଏଘର ସେଘର ପଶିଥିଲେ । ଅଇଁଠାପାଲି ବସ୍ତି ବାସିନ୍ଦା ଦୀନେଶ ପକେଟରେ ଥିବା ମାତ୍ରାଧିକ ଏଟିଏମ କାର୍ଡ ଓ ସନ୍ଦେହ ଜନକ ସାମଗ୍ରୀ ଦେଖି ଚୋର ସନ୍ଦେହରେ ଦୀନେଶକୁ ମାଡ଼ ଧର କରିବାକୁ ଲାଗିଲେ । ଘଟଣା ସମ୍ପର୍କରେ ଖବର ପାଇ ବିଜେପି ମଣ୍ଡଳ ସଭାପତି ଧିରୁ ଓରାମ ଦୀନେଶକୁ ଉଦ୍ଧାର କରି ଅଇଁଠାପାଲି ପୋଲିସ ଜିମାରେ ଦେଇଥିଲେ । ଅଇଁଠାପାଲି ଥାନା ଅଧିକାରୀ ପି.କେ. ସ୍ୱାଇଁ ତଦନ୍ତ କରିବା ପରେ ଯୁବକ ଜଣକ ମାନସିକ ଅନଗ୍ରସର ଥିବା ଜାଣିବାକୁ ପାଇଥିଲେ । ଏହାପରେ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଯାଞ୍ଚ କରିବା ପରେ ଦିନେଶ ପାଖରେ ଥିବା ପରିଚୟ ପତ୍ରକୁ ଆଧାର କରି ଜାଣିବାକୁ ପାଇଲେ ଯେ, ଯୁବକ ଜଣକ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମ୍ବପାଲି ଗ୍ରାମର ବୋଲି । ଥାନା ଅଧିକାରୀ ସ୍ୱାଇଁ ବାବୁ ତାପରେ ପିଲାବେଳୁ ସମ୍ବଲପୁରରେ ରହୁଥିବା ଜାଲୋଏ ଗ୍ରାମର ଯୁବ ସମାଜସେବୀ ପିଣ୍ଟୁ କୁମ୍ଭାରଙ୍କୁ ଯୋଗାଯୋଗ କରି ଯୁବକଙ୍କ ବିଷୟରେ ଜଣେଇଥିଲେ । ଏହାପରେ ପିଣ୍ଟୁ ଦୀନେଶ ଙ୍କୁ ଉଦ୍ଧାର କରି ଦୀନେଶଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ତାପରେ ଦୀନେଶ ଙ୍କ ଘର ଲୋକେ ଯାଇ ଦୀନେଶ ଙ୍କୁ ଘରକୁ ଆଣିବା ସହିତ ଥାନା ଅଧିକାରୀ ଏବଂ ପିଣ୍ଟୁ କୁମ୍ଭାର ଙ୍କୁ ଅନେକ ପ୍ରଶଂସା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ