Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଡ୍ରୋନ ଆକ୍ରମଣ ଆଶଙ୍କା

ଚଣ୍ଡିଗଡ଼: ମିସାଇଲ ଆକ୍ରମଣ ଆଶଙ୍କାରେ ପୁଣି ଥରେ ଚଣ୍ଡିଗଡ଼ରେ ସାଇରନ୍ ବାଜିବା ଆରମ୍ଭ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ୯:୧୫ ସମୟରେ ପ୍ରଶାସନ ପକ୍ଷରୁ ସାଇରନ ବାଜିଛି ଏବଂ ଲୋକମାନଙ୍କୁ ଘରେ ରହିବାକୁ ଅପିଲ୍ କରାଯାଇଛି।

ଉଲ୍ଲେଖନୀୟ ଯେ ପାକିସ୍ତାନ ଚଣ୍ଡିଗଡ଼ରେ ଥିବା ବାୟୁସେନା ଷ୍ଟେସନକୁ ଟାର୍ଗେଟ କରିପାରେ। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ଟାରେ ଚଣ୍ଡିଗଡ଼ର ଡିସିଙ୍କ ଦ୍ୱାରା ଏକ ବାର୍ତ୍ତା ଦିଆଯାଇଥିଲା ଯେ ଡ୍ରୋନ୍ ବ୍ୟବହାର କରି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇପାରିବ।

ଚଣ୍ଡିଗଡ଼ରେ ୨୦-୨୫ ମିନିଟ୍ ଧରି ସାଇରନ୍ ନିରନ୍ତର ବାଜୁଛି ଏବଂ ଚଣ୍ଡିଗଡ଼ ପ୍ରଶାସନ ପକ୍ଷରୁ ଏକ ସତର୍କ ସୂଚନା ମଧ୍ୟ ପଠାଯାଇଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ବିମାନବନ୍ଦର ଆଡକୁ ଏକ ଡ୍ରୋନ୍ ଗତିବିଧି ଦେଖାଯାଇଛି।ଯାହା ପରେ ସମସ୍ତଙ୍କୁ ସତର୍କ କରାଯାଇଥିଲା। ବାୟୁସେନା ଷ୍ଟେସନ ପକ୍ଷରୁ ପ୍ରଶାସନକୁ ସୂଚନା ଦିଆଯାଇଛି। ସିଟି ବିୟୁଟିଫୁଲ୍‌ରେ ୯:୧୫ ରୁ ୯:୪୧ ପର୍ଯ୍ୟନ୍ତ ସାଇରେନର ଶବ୍ଦ ପ୍ରତିଧ୍ୱନିତ ହୋଇ ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ