Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ବର୍ଡାକଟା ଗ୍ରାମ ରେ ପିଇବା ପାଣି ନ ପାଇ ଲୋକେ ଡହକବିକଳ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡ ବର୍ଡାକଟା ଗାଁ ରେ ପିଇବା ପାଣି ପାଇଁ ଗ୍ରାମବାସୀ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି l ଦୁଇଟି ନଳକୂପ ରୁ ଗୋଟିଏ ବ୍ୟବହାର ଅନୁପଯୁକ୍ତ ତଥା ଅଚଳ ଥିବା ବେଳେ ସଚଳ ଥିବା ଏକ ମାତ୍ର ନଳକୂପ ଟି ହଜାରେ ଲୋକଙ୍କ ସାହାଭରସା ପଲଟିଛି l ଗ୍ରାମର ମହିଳା ମାନେ ରାତି ପ୍ରାୟ 4 ଟା ରୁ ନଳକୂପ ଆଗରେ ଗରା ବାଲଟି ଧରି ଲମ୍ବା ଲାଇନରେ ଠିଆ ହୋଇ ପାଣି ସଂଗ୍ରହ କରୁଥିବା ଦେଖା ଦେଇଛି l ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ l ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ଯଥାଶୀଘ୍ର ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣି ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ