Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ବର୍ଣାଳି ତାଲିମ ଶିବିର ଉଦଘାଟିତ

ବେଲଗୁଣ୍ଠା, 11/05, ଗଞ୍ଜାମ ଜିଲ୍ଳା ସମଗ୍ର ଶିକ୍ଷା ଅଭିଯାନ ସୌଜନ୍ୟରୁ ତଥା ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବେଲଗୁଣ୍ଠାର ଦୁଇଟି ସ୍ଥାନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ବର୍ଣ୍ଣାଳୀ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି I ଗୋଟିଏ ତାଲିମ୍ କେନ୍ଦ୍ର ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବେଳେ ଅନ୍ୟଟି ବେଲଗୁଣ୍ଠା ସ୍ଥିତ ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି I ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବର୍ଣ୍ଣାଳୀ ତାଲିମ୍ ଶିବିରରେ ସମ୍ବଳ ପ୍ରଶିକ୍ଷକ ଭାବେ ଶିକ୍ଷକ ନରେଶ ବ୍ରହ୍ମା ଏବଂ ଶିକ୍ଷୟିତ୍ରୀ ଉର୍ମିଳା ପାଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଲିଙ୍ଗ ସମ୍ବେଦନଶୀଳତା ଏବଂ ପାଠ୍ୟକ୍ରମ ସହିତ ଏହାର ସଂଯୋଗୀକରଣ ସଂପର୍କରେ ତାଲିମ୍ ପ୍ରଦାନ କରୁଛନ୍ତି I ତାଲିମ୍ ଶିବିରକୁ ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ ସଂଯୋଜନା କରୁଥିବା ବେଳେ ସିଆରସିସି ସୁଧୀର ଦାଶ,ବିଦେଶୀ ବାଡତ୍ୟା,କାର୍ତ୍ତିକେୟ ସେଠୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରୁଛନ୍ତି I ସେହିପରି ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ତାଲିମ୍ ଶିବିରରେ ସମ୍ବଳ ପ୍ରଶିକ୍ଷକ ଭାବେ ଶିକ୍ଷକ ଦୁର୍ଯ୍ୟୋଧନ ବେହେରା ଏବଂ ଶିକ୍ଷୟିତ୍ରୀ ମାଣିକ ବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି I ଏବିଇଓ ପ୍ରତିଭା କୁମାରୀ ରଥ ଏବଂ ଭାଗ୍ୟଲତା ପ୍ରଧାନ ତାଲିମ୍ ଶିବିରକୁ ସଂଯୋଜନା କରୁଥିବା ବେଳେ ସିଆରସିସି ଶଙ୍କର ନାରାୟଣ ସେଠୀ ଏବଂ ପ୍ରଶାନ୍ତ ପଟ୍ଟନାୟକ ଶିବିର ପରିଚାଳନାରେ ସହଯୋଗ କରୁଛନ୍ତି Iତେବେ ବର୍ତ୍ତମାନ୍ ଗ୍ରୀଷ୍ମ ଅବକାଶ ହୋଇଥିବା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଏହି ସମୟରେ ତାଲିମ୍ କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟିତ୍ରୀ ନାପସନ୍ଦ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ