ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠ, ବାଘପାଲି ଠାରେ କବୟିତ୍ରୀ ସନ୍ଧ୍ୟାରାଣୀ ମେଣ୍ଡିଲୀଙ୍କ ପୁସ୍ତକ ଡାଲଖାଇ ସୁରେ ଫୁଲର କହଁର ଉନ୍ମୋଚିତ ହୋଇଯାଇଛି l ସିଦ୍ଧଯୋଗୀ ଚନ୍ଦ୍ରମଣି ମଠ ବିକାଶ ଟ୍ରଷ୍ଟ ବାଘପାଲିର ସହ ସମ୍ପାଦକ ସମାରୁ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ଶିକ୍ଷକ ଜିତେନ୍ଦ୍ର ପରଡିଆ , ସମ୍ମାନିତ ଅତିଥି ଶିକ୍ଷକ ମକୁନ୍ଦ ଧରୁଆ , ଶିକ୍ଷୟିତ୍ରୀ କଲ୍ୟାଣୀ ଭୋଇ , ନାଗାର୍ଜ୍ଜୁନ ପାଢ଼ୀ , ପୁସ୍ତକ ସମୀକ୍ଷକ ଭାବରେ ଶିକ୍ଷକ ତ୍ରିପୁରାରୀ ମହାକୁର ଯୋଗଦାନ କରିଥିଲେ l ଡାଲଖାଇ ସୁରେ ଫୁଲର କହଁର ପୁସ୍ତକ ଉପରେ ଆଲୋଚନା କରି ସେ କହିଲେ ଯେ ଏହି ପୁସ୍ତକରେ ପାଠକ ମାନଙ୍କୁ ଆକୃଷ୍ଟ କଲାଭଳି କବିତା ମାନ ରହିଛି l ପଦ୍ମଲୋଚନ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ କବୟିତ୍ରୀ ସନ୍ଧ୍ୟାରାଣୀ ମେଣ୍ଡିଲି ଧନ୍ୟବାଦ ଅର୍ପଣ କରୁଥିଲେ l ଏଥିରେ ମାଗୁଣି ଦନାୟକ, ଗୌର ବାରିକ , ଶତ୍ରୁଘ୍ନ ଭୁକ୍ତା , ପରଦେଶୀ ବିଶି, ସତ ବଗର୍ତ୍ତୀ , ମେଘୁ ପଧାନ , ପୁରନ୍ଦର ଥାଟି, ମନୋଜ ଦନାୟକ, ଧିରେନ ପଣ୍ଡା , ପଦ୍ମନାଭ ପଧାନ, ଉମେଶ ବଗର୍ତ୍ତୀ, ଗୋପାଲକୃଷ୍ଣ ପାଢ଼ୀ , ପ୍ରଦ୍ୟୁମ୍ନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ l
ସନ୍ଧ୍ଯାରାଣୀ ମେଣ୍ଡିଲୀ ଙ୍କ ପୁସ୍ତକ ଡାଲଖାଇ ସୁରେ ଫୁଲର କହଁର ଉନ୍ମୋଚିତ
