ବୀରମହାରାଜପୁର : (ସୌମିତ୍ରି ମେହେର )
ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଭାରତର ବୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ମେ ୧୧ ତାରିଖ ରବିବାର ଦିନ ସମଗ୍ର ରାଜ୍ୟ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଜନ ଶୋଭାଯାତ୍ରା ଆୟୋଜିତ ହେବ l ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରା ସକାଳ ୮ ରୁ ଆରମ୍ଭ ହୋଇ ୧୦ ଟା ଭିତରେ ଶେଷ ହେବ ଓ ଏହି ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ, ଏନ. ସି. ସି. କ୍ୟାଡେଟ, କ୍ରୀଡାବିତ୍, ପୋଲିସ, ଶିକ୍ଷକ ଶିକ୍ଷୟିତ୍ରୀ , ସ୍ବେଚ୍ଛାସେବୀ ଏବଂ ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଯୋଗ ଦେଇପାରିବେ ବୋଲି ଆଜି ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଆଭାସୀ ଜରିଆରେ ଆଲୋଚନା କରିଛନ୍ତି l ଏହି ରାଲି ମୁଖ୍ୟତଃ ମୋଟର ସାଇକେଲ ରାଲି ହେବ l ସମସ୍ତ ଜିଲ୍ଲା ସଦର ମହକୁମା , ଉପଖଣ୍ଡ, ବ୍ଲକ ମହକୁମାରେ ଏହି ରାଲିର ଆୟୋଜନ କରାଯିବ।
ସ୍ଥାନୀୟ ମାନ୍ୟବର ସାଂସଦ, ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହିବାକୁ ଓ ଏଥିରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି l ଅଂଶ ଗ୍ରହଣକାରୀ ମାନେ ତ୍ରିରଙ୍ଗା ପତାକା ଧରି ରାଲିରେ ଯିବାକୁ ଓ ଶୋଭାଯାତ୍ରାରେ ଦେଶାତ୍ମବୋଧକ ଗୀତ ଲାଉଡସ୍ପିକର ଜରିଆରେ ପରିବେଷଣ କରାଯିବ ବୋଲି ପୌର ପରିଷଦ ଅଧିକାରୀ ୠଷି ମାଝୀ ପ୍ରକାଶ କରିଛନ୍ତି l ପୁନଶ୍ଚ ଶୋଭାଯାତ୍ରାରେ ଅଧିକରୁ ଅଧିକ ଜନସାଧାରଣ ଜାତୀୟତା ଭାବଧାରାରେ ସାମିଲ ପାଇଁ ସାମାଜିକ ଗଣମାଧ୍ୟମରେ ଆଜିଠାରୁ ପ୍ରଚାର ପ୍ରସାର କରିବାକୁ ଓ ସମସ୍ତ ବିଭାଗ ଓ ଜିଲ୍ଲା ସ୍ତରୀୟ ସାମାଜିକ ଗଣମାଧ୍ୟମ ଗୁଡିକରେ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରାଯାଇଥିବା ନିର୍ବାହୀ ଅଧିକାରୀ ପୌରପରିଷଦ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି l
ଦେଶର ବୀର ଯବାନ ଆମ ଗର୍ବ ଓ ଗୌରବ
