Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକକୁ ସମର୍ଥନ ଅଭିଯୋଗରେ ତୁର୍କୀ ଓ ଆଜରବାଇଜାନକୁ ଟ୍ରାଭେଲ ବ୍ୟାନ୍

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ପାକିସ୍ତାନକୁ ସମର୍ଥନ କରୁଥିବାରୁ ପ୍ରମୁଖ ଯାତ୍ରା କମ୍ପାନୀଗୁଡ଼ିକ ତୁର୍କୀ ଏବଂ ଆଜରବାଇଜାନ ପ୍ରତି କଡ଼ା ପଦକ୍ଷେପ ନେଇଛନ୍ତି। ଏହି ଦୁଇ ଦେଶକୁ ସମସ୍ତ ପ୍ୟାକେଜ୍ ସ୍ଥଗିତ ରଖିଛନ୍ତି। କାରଣ ଭାରତ-ପାକିସ୍ତାନ ବିବାଦରେ ଉଭୟ ଦେଶ ପାକିସ୍ତାନକୁ ସାର୍ବଜନୀନ ଭାବରେ ସମର୍ଥନ କରୁଛନ୍ତି।

ରିପୋର୍ଟ ଅନୁଯାୟୀ, EaseMyTrip, Cox & Kings ଏବଂ Travelint ତୁର୍କୀ ଏବଂ ଆଜରବୈଜାନକୁ ଟ୍ରାଭେଲ ବୁକିଂ ଉପରେ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଏକ ବ୍ୟାପକ ଶିଳ୍ପ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି, ଯେଉଁଠାରେ ବ୍ୟବସାୟଗୁଡ଼ିକ ସେମାନଙ୍କର ଆନ୍ତର୍ଜାତୀୟ ସମ୍ପର୍କ ଏବଂ ଜାତୀୟ ସ୍ୱାର୍ଥ ଉପରେ ଏହାର ପ୍ରଭାବ ବିଷୟରେ ଅଧିକ ସଚେତନ ହେଉଛନ୍ତି।

ଟ୍ରାଭୋମିଣ୍ଟ ସିଇଓ ଆଲୋକ କେ. ସିଂହ କହିଛନ୍ତି, “ପାକିସ୍ତାନ ଏବଂ ତୁର୍କୀ ଏବଂ ଆଜରବାଇଜାନ ଭଳି ଦେଶ ସହିତ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଆମେ ଟ୍ରାଭୋମିଣ୍ଟରେ ଏକ ଦୃଢ଼ ଏବଂ ଦାୟିତ୍ୱପୂର୍ଣ୍ଣ ମତ ଗ୍ରହଣ କରିଛୁ।” ଆମେ ତୁର୍କୀ ଏବଂ ଆଜରବାଇଜାନକୁ ବୟକଟ କରିବା ପାଇଁ ଭାରତୀୟମାନଙ୍କ ଆହ୍ୱାନକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ।

ଆତଙ୍କବାଦୀ ଶିବିର ଉପରେ ଭାରତର ପ୍ରତିଶୋଧମୂଳକ ଆକ୍ରମଣ ପରେ ତୁର୍କୀ ଏବଂ ଆଜରବାଇଜାନ ଉଭୟ ପାକିସ୍ତାନକୁ ସପୋର୍ଟ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଆଜରବାଇଜାନ ସରକାର ଏକ ବିବୃତ୍ତି ଜାରି କରିଥିଲେ।ସେପଟେ ପାକିସ୍ତାନ ତୁର୍କୀ ନିର୍ମିତ ଆସିସଗାର୍ଡ ସୋଙ୍ଗାର ଡ୍ରୋନ ବ୍ୟବହାର କରୁଥିବା ନେଇ ଭାରତ ଜାଣିବାକୁ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ