Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ସନମ ତେରୀ କସମ ୨’ରେ ପାକ ଅଭିନେତ୍ରୀଙ୍କ ସହ କାମ କରିବେନି ହର୍ଷବର୍ଦ୍ଧନ ରାଣେ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଅଭିନେତା ହର୍ଷବର୍ଦ୍ଧନ ରାଣେ ସମ୍ପ୍ରତି ‘ସନମ ତେରୀ କସମ ୨’ ଫିଲ୍ମର ଅଂଶ ହେବାକୁ ମନା କରିଦେଇଛନ୍ତି। ପାକିସ୍ତାନୀ ଅଭିନେତ୍ରୀ ମାୱରା ହୁକେନ ଭାରତ ବିରୋଧରେ ବିଷ ଓଗାଳିବା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ।

ହର୍ଷବର୍ଦ୍ଧନଙ୍କ ଏହି ଘୋଷଣା ପରେ ମାୱରା ପ୍ରତିକ୍ରିୟା ପ୍ରକାଶ କରି ଅଭିନେତାଙ୍କ ନିଷ୍ପତ୍ତିକୁ ଏକ ପିଆର ଷ୍ଟଣ୍ଟ ବୋଲି କହିଥିଲେ। ଏବେ ହର୍ଷବର୍ଦ୍ଧନ ଏହାର ଜବାବ ଦେଇଛନ୍ତି।ହର୍ଷବର୍ଦ୍ଧନ ସ୍ପଷ୍ଟ କରିଦେଇଛନ୍ତି ଯେ ଯଦି ମାୱରା ହୁକେନ ‘ସନମ ତେରୀ କସମ ୨’ରେ ରହିବେ ତେବେ ସେ ଫିଲ୍ମରେ କାମ କରିବେ ନାହିଁ। ସେ ନିଜ ଦେଶ ବିରୋଧରେ ମନ୍ତବ୍ୟକୁ ଅଣଦେଖା କରିପାରିବେ ନାହିଁ।

ହର୍ଷବର୍ଦ୍ଧନ, ମାୱରାଙ୍କୁ ଜବାବ ଦେବାକୁ ଯାଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଲେଖିଛନ୍ତି। ସେ କହିଛନ୍ତି ଯେ ଅଭିନେତ୍ରୀ ଜଣକ କାହାର ନାମ ନ ନେଇ ତାଙ୍କୁ ବ୍ୟକ୍ତିଗତ ଭାବରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ହର୍ଷବର୍ଦ୍ଧନ ଆହୁରି ଲେଖିଛନ୍ତି, ‘ମୁଁ ଫିଲ୍ମର ଦ୍ୱିତୀୟ ଭାଗରେ କାମ କରିବାକୁ ମନା କରିଛି।’ ମୋ ଦେଶର କାର୍ଯ୍ୟକୁ ‘କାପୁରୁଷତା’ ବୋଲି କହୁଥିବା ଲୋକଙ୍କ ସହିତ କାମ ନ କରିବାର ମୋର ସମ୍ପୂର୍ଣ୍ଣ ଅଧିକାର ଅଛି। ତାଙ୍କ କଥାରେ ଏତେ ଘୃଣା ଏବଂ ଏତେ ବ୍ୟକ୍ତିଗତ ମନ୍ତବ୍ୟ ଅଛି। ମୁଁ କେବେ ତାଙ୍କ ନାମ ନେଇନାହିଁ। ଜଣେ ମହିଳା ଭାବରେ ତାଙ୍କର ମର୍ଯ୍ୟାଦା ଉପରେ ଆଟାକ ହୋଇନାହିଁ। ମୁଁ ସେହି ଷ୍ଟାଣ୍ଡର୍ଡ ବଜାୟ ରଖିବି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ