Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଞ୍ଚ ଦଫା ଦାବି ନେଇ ପ୍ରାଣୀଧନ ନିରୀକ୍ଷକଙ୍କ ଦାବୀପତ୍ର ପ୍ରଦାନ; କଳା ବ୍ୟାଜ୍ ପିନ୍ଧି ଆନ୍ଦୋଳନ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁରରେ ରାଜ୍ୟ ଅଣ ଗେଜେଟେଡ ବୈଷୟିକ କର୍ମଚାରି ସଙ୍ଘର ନିର୍ଦ୍ଦେଶ କ୍ରମେ ଗୁରୁବାର ଠାରୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ପ୍ରାଣୀଧନ ନିରିକ୍ଷକମାନେ କଳାବ୍ୟାଜ ପିନ୍ଧି ସରକାରୀ କାର୍ଯ୍ୟ କରିବେ। ସଂଘର ୫ ଦଫା ଦାବୀ କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଉପଖଣ୍ଡ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି। କାର୍ଯ୍ୟରତ କର୍ମଚାରୀମାନେ ନିଜ ପଦ ର ସମସ୍ତ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନ କରି ଆଗାମି ୧୫ ଦିନ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନପୂର୍ବକ ଆନ୍ଦୋଳନ ଜାରି ରଖିବେ । ସେମାନଙ୍କ ଦାବୀ ଅନୁସାରେ ଦରମାରେ ଥିବା ଅସଙ୍ଗତି, କ୍ୟାଡର ପୁନର୍ଗଠଣ ଓ କାର୍ଯ୍ୟସାରଣି ରେ ସଂଶୋଧନ, ଦୁଇ ବର୍ଷିଆ ଡିପ୍ଲେ‍ମା ପୁନଃ ପ୍ରଚଳନ ଓ ବରିଷ୍ଠତା ଭିତ୍ତିରେ ସମସ୍ତ ପ୍ରାଣୀଧନ ମାନଙ୍କୁ ଡିପ୍ଲୋମା ମାନ୍ୟତା ପ୍ରଦାନ ଏବଂ ୨୦୦୮ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟକାଳ ଚୁକ୍ତିଭିତ୍ତିକ କୁ ନିୟମିତ ଗଣନା କରି ସମସ୍ତ ସୁବିଧା ପ୍ରଦାନ ଦିଗରେ ସରକାର ପଦକ୍ଷେପ ନେବାକୁ ସରକାରଙ୍କୁ ଦାବିକରିଛନ୍ତି। ସେମାନଙ୍କ ଦାବୀ କୁ ତୁରନ୍ତ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଦାବୀ ପ୍ରଦାନ ସମୟରେ ପ୍ରାଣୀଧନ ନିରୀକ୍ଷକ ମମତା ପଣ୍ଡା, ପଦ୍ମାବତି ପଣ୍ଡା ଓ ନରେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ଉପଖଣ୍ଡିୟ ପ୍ରାଣୀଧନ ଅଧିକାରୀ ଓ ଗୋଷ୍ଠୀ ପ୍ରାଣୀଧନ ଅଧିକାରୀ ଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ