Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ଧ ବିଶ୍ୱାସ ର କରୁଣ କାହାଣୀ:ପୀଡିତାଙ୍କ ଘରେ ପହଞ୍ଚିଲେ ଭୀମସାର ଡାକ୍ତର

ସମ୍ବଲପୁ: ଅନ୍ଧ ବିଶ୍ୱାସରେ ମଣିଷ ଅନ୍ଧ ହୋଇଯାଇ ହରାଇଥାଏ ସର୍ବସ୍ବ।ଲୋକଙ୍କ ଟାହି ଟାପରାରେ ଧୋଇଦେଇଥାଏ ନିଜସ୍ୱ ପରିଚୟ। କଳାର କଳଙ୍କରେ ସଜେଇ ହେବାକୁ ପଡେ ନିଜ ସହ ସମାଜ ଓ ଗାଁ, ସାହି, ପଡା। ଏଭଳି ଏକ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ସମାଜର ବହୁ ପଛରେ ରହିଯିବାର ଜଣେ ମହିଳାଙ୍କ ସାହା ଭରସା ସାଜିଛନ୍ତି ବୁର୍ଲା ଭୀମସାର ର ଡାକ୍ତର ସଞ୍ଜୀବ କୁମାର ମିଶ୍ର।
ଦୀର୍ଘ ତିନି ବର୍ଷ ଧରି କ୍ଷକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଅନ୍ଧବିଶ୍ବାସ ଯୋଗୁଁ ଝଡାଫୁଙ୍କାର ଆଶ୍ରୟ ନେଇଥିବା ଜ୍ୟୋତ୍ସ୍ନା ବାର୍ଲାଙ୍କ ପାଖରେ ଡାକ୍ତର ମିଶ୍ର ପହଞ୍ଚି ବିଭିନ୍ନ ପରାମର୍ଶ ଦେବା ସହ ଓ ଶେଷରେ ଡାକ୍ତରଖାନାରେ ଚିକିତ୍ସା ଲାଗି ପୀଳିତାଙ୍କୁ ରାଜି କରାଇବାରେ ସଫଳ ହୋଇଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁସାରେ ୫ ବର୍ଷ ପୂର୍ବରୁ ଜ୍ୟୋତ୍ସ୍ନା ଙ୍କ ବାପାଙ୍କ ଯକ୍ଷ୍ମା ରୋଗରେ ମୃତ୍ୟୁ ଘଟିଥିଲା।ଜ୍ୟୋତ୍ସ୍ନା ମଧ୍ୟ୍ୟ କେବଳ ଏଥିରେ ଆକ୍ରାନ୍ତ ହୋଇନଥିଲେ ବରଂ ଗ୍ରାମର ୧୦ ରୁ ଅଧିକ ମହିଳା ପୁରୁଷ ଏଥିରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ତେବେ ତାଙ୍କ ପରିବାର ଓ ପଡୋଶୀମାନେ ତାଙ୍କୁ ବାସନ୍ଦ କରିବା ସହ ଚିକିତ୍ସା ଲାଗି ଡାକ୍ତରଖାନା ନେବାକୁ ମନା କରିବାରୁ ଜ୍ୟୋତ୍ସ୍ନା ଭାଙ୍ଗିପଡ଼ି ଜୀବନ ଦୁର୍ଦଶା ରେ ଘରେ ପଡି ରହିଥିଲେ। କାଳେ ଡାକ୍ତର ତାଙ୍କୁ ଇଞ୍ଜେକସନ ଦେଇ ମାରିଦେବେ ଭଳି ଭ୍ରାନ୍ତ ଧାରଣା ଯୋଗୁଁ ସେ ଡାକ୍ତର ଙ୍କ ନିକଟତର କିମ୍ବା ଡାକ୍ତରଖାନା ମାଡୁନଥିଲେ। ଚିକିତ୍ସିତ ନହୋଇ ଗୁଣିଆ ଦ୍ୱାରା ଝଡା ଫୁଙ୍କା କରୁଛନ୍ତି । କିନ୍ତୁ ଏହି ରୋଗ କମିବା ବଦଳରେ ବଢିବାରେ ଲାଗିଛି। ଆନ୍ତର୍ଜାତୀୟ ସ୍ତରରେ କାମ କରୁଥିବା ଏକ ସଂସ୍ଥା ଶନିବାର ଡାକ୍ତରଙ୍କ ନିକଟକୁ ଚିଠି ଦେଇ ଜ୍ୟୋସ୍ନାଙ୍କ ପାଖକୁ ଯାଇ ଚିକିତ୍ସା କରିବା ପାଇଁ ଅନୁରୋଧ କରିବା ପରେ ରବିବାର ଡ଼ାକ୍ତର ମିଶ୍ର ପୀଡିତାଙ୍କ ଘରେ ପହଞ୍ଚି ପରିବାର ଓ ପଡୋଶୀଙ୍କ ସହ ଆଲୋଚନା ପରାମର୍ଶ କରିବା ପରେ ଏଭଳି ଏକ ଅନ୍ଧ ବିଶ୍ୱାସ କରୁଣ କାହାଣୀ ସାମ୍ନାକୁ ଆସିଥିଲା।
ଭୀମାସାରକୁ ଚିକିତ୍ସା ପାଇଁ ଆସିବାକୁ ଜ୍ୟୋତ୍ସ୍ନା ରାଜି ହୋଇଥିବା ଡ଼ାକ୍ତର ମିଶ୍ର କହିଛନ୍ତି । ଜ୍ୟୋସ୍କା ପୂର୍ବରୁ ଔଷଧ ଖାଇଥିବା କହିଥିବାବେଳେ ଯକ୍ଷ୍ମା ରୋଗ ହୋଇନାହିଁ ବୋଲି ପୂର୍ବରୁ କହୁଥିଲେ।ଆଜି ପ୍ରାଥମିକ ଚିକିତ୍ସାରେ ରୋଗର ଲକ୍ଷଣ ଜଣା ପଡିଥିଲା । ଚିକିତ୍ସା କଲେ ନିଶ୍ଚିତ ଭଲ ହୋଇଯିବେ ବୋଲି ଡାକ୍ତର ପରାମର୍ଶ ଦେବା ପରେ ପରିବାର ଚିକିତ୍ସା ଲାଗି ରାଜି ହୋଇଛନ୍ତି। ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ବୁଲ୍ଲା ଭୀମସାର ଯିବାକୁ ମନ ସ୍ଥିର କରିଛନ୍ତି।
କିଛି ଲୋକେ ଏହାକୁ ଅନ୍ଧବିଶ୍ବାସ ଭାବେ ଏବେ ଧରି ନେଇଛନ୍ତି। ଯକ୍ଷ୍ମା ରୋଗ ଚିକିତ୍ସା ଦ୍ଵାରା ଭଲ ହେଉଥିବା ସତ୍ତ୍ୱେ ଏହାକୁ ଲୁଚାଉଛନ୍ତି। ଯକ୍ଷ୍ମା ମୁକ୍ତ
ଜୀବନ ଧାରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ଯୋଗୁଁ ଲୋକେବି ଏହାର ଫାଇଦା ନେବା କଥା। କିନ୍ତୁ କେତେକ ସ୍ୱାର୍ଥ ଖୋର ଲୋକଙ୍କ ଯୋଗୁଁ ସରକାରଙ୍କ ଯକ୍ଷ୍ମା ଭଳି ଅନେକ ଯୋଜନା ଅଧ ବାଟରେ ରହିଯାଉଛି।
ଠେମରା ଡାକ୍ତରଖାନାର ଯକ୍ଷ୍ମା ରୋଗ ବିଭାଗ ସୁପରଭାଇଜର ମଧ୍ୟ ଏହି ସମୟରେ ପହଞ୍ଚିବ ବୁଝାଇବା ସହିତ
ତାଙ୍କ ପାଇଁ ଆବଶ୍ୟକ ଥିବା ସରକାରଙ୍କ ମାଗଣା ଔଷଧ କିଟ ପ୍ରଦାନ କରିଥିଲେ।ସ୍ଥାନୀୟ ଆଶା କର୍ମୀ ମାନେ ଘରକୁ ଘର ଯାଇ ନିୟମିତ ମେଡିସିନ ଦେବା ସହିତ ସଚେତନ‌ତା ସଭା, ରାଲି, ପୋଷ୍ଟର ବ୍ୟାନର ଲଗାଇ ଲୋକଙ୍କୁ ସଚେତନ କରାଉଛନ୍ତି। ହେଲେ ଯୋଜନା ଫଳପ୍ରଦ ହେଉନାହିଁ।ବାସ୍ତବରେ ଦେଖିଲେ ଜ୍ୟୋତ୍ସ୍ନାଙ୍କ ପରି ଅନେକ ଜ୍ୟୋତ୍ସ୍ନା ଜୀବନ ଯୁଦ୍ଧ ରେ ବଳି ପଡୁଛନ୍ତି।
ଏଠାରେ ସୂଚନା ଆଉ କି ଡ଼ାକ୍ତର ସଞ୍ଜୀବ ମିଶ୍ରଙ୍କ ସହିତ ଜିଲ୍ଲାପାଳ, ସିଡିଏମଓ, ମାନେଶ୍ଵର ଓ ରେଙ୍ଗାଲି ବିଡ଼ିଓଙ୍କୁ ମଧ୍ୟ ଏପରି ଟିଠି ଆସିଥିଲା।ଚିଠି ପାଇ ଭୀମସାର ଡାକ୍ତରଙ୍କ ତତକ୍ଷଣାତ ପଦକ୍ଷେପ ଜ୍ୟୋସ୍ନାଙ୍କ ଜୀବନ ପାଇଁ ଆଶୀର୍ବାଦ ଆଣିଦେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ