ଶ୍ରୀ ଗଣେଶ ଉଚ୍ଚ ବିଦ୍ୟାଳୟରେ ରାଣୀ କକ୍ଷ୍ମୀବାଇ ଆତ୍ମାରକ୍ଷା ପ୍ରଶିକ୍ଷଣ ଶିବିର

ପ୍ରତିକୂଳ ପରିସ୍ଥିତିରେ ଝିଅ ମାନଙ୍କୁ ଏହି ପ୍ରଶିକ୍ଷଣ ସହାୟକ ହେବ
ସମ୍ବଲପୁର:ଆଜିକାଲି ଯେମିତି ଅସାମାଜିକ ତତ୍ୱ ଙ୍କର ଦୌରାମ୍ୟ ବଢ଼ି ବଢ଼ି ଚାଲିଛି, ସେହି ଦୃଷ୍ଟିରୁ ସାଧାରଣ ଲୋକ ମାନେ ଯେତେ ଆତଙ୍କିତ ତାଠାରୁ ବେଶି ଅସୁରକ୍ଷିତ ଝିଅ ତଥା ନାରୀ ମାନେ l
ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ନାରୀକୁ ସଶକ୍ତ ଓ ଆତ୍ମ ନିର୍ଭରଶୀଳ କରିବା ପାଇଁ ସରକାରୀ ସ୍ତରରେ ଅନେକ ଗୁଡିଏ ଯୋଜନା ପ୍ରଣୟନ ହେଉଛି l ସେହିପରି ଆଜିକାଲି ରାଷ୍ଟ୍ରୀୟ ସ୍ତରରେ ହାଇସ୍କୁଲ ମାନଙ୍କରେ ମଧ୍ୟ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରୀ ( ଝିଅ) ମାନଙ୍କୁ ଆତ୍ମାରକ୍ଷା ପାଇଁ ବିଭିନ୍ନ କୌଶଳ ର ପ୍ରଶିକ୍ଷଣ ଦିଆଯାଉଛି l ସେହି କ୍ରମରେ ସମ୍ବଲପୁର ମହାନଗର ଅନ୍ତର୍ଗତ ଧନୁପାଲି ସ୍ଥିତ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଣୀ ଲକ୍ଷ୍ମୀବାଇ ଆତ୍ମାରକ୍ଷା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି l ଗତ ଅକ୍ଟୋବର ୮ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଶିବିର ମାସକୁ ୧o ଦିନ ହିସାବରେ ୩ ମାସ ୩o ଦିନ ଯାଏ ଚାଲିବ l
ଏହି ଆତ୍ମାରକ୍ଷା ପ୍ରଶିକ୍ଷଣ ଶିବିର ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ର କିଶୋରୀ ମାନଙ୍କ ପାଇଁ ଉଦ୍ଧିଷ୍ଠ l ସେମାନେ କେମିତି ପ୍ରତିକୂଳ ପରିସ୍ଥିତି କୁ ଅନାୟାସରେ ସାମ୍ନା କରିପାରିବେ l ତାହା ହିଁ ଏହି ଏହି ପ୍ରଶିକ୍ଷଣ ଶିବିର ର ଲକ୍ଷ୍ୟ।
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମଧୁମିତା ମହାପାତ୍ର ଙ୍କର ତତ୍ୱାବଧାନ ରେ ଆୟୋଜିତ ଏହି ଶିବିରକୁ ପ୍ରଶିକ୍ଷିକା ମିନା ରାଣୀ ମଲ୍ଲିକ ଓ ସୁଷମା ସଂଗୀତା ତୀର୍କୀ ଆତ୍ମାରକ୍ଷା ର ବିଭିନ୍ନ କୌଶଳ ମାନ ତାଲିମ ଦେଉଛନ୍ତି।
ଏହି ପ୍ରଶିକ୍ଷଣ ଶିବିର କେମିତି ଶୃଙ୍ଖଳିତ ଭାବରେ ସମ୍ପାଦନ ହୋଇପାରିବ ସେଥିପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନେ ନିଷ୍ଠା ର ସହ ସହଯୋଗ କରୁଛନ୍ତି l ଏହାଦ୍ୱାରା ନିଶ୍ଚିତ ଭାବରେ କିଶୋରୀ ମାନେ ଉପକୃତ ହୋଇପାରିବେ ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ର ପ୍ରକାଶ କରିଛନ୍ତି।