Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘କାନ୍ତାରା ଚାପ୍ଟର ୧’ର ଅଭିନେତାଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ୨୦୨୨ର ବ୍ଲକବଷ୍ଟର ଫିଲ୍ମ ‘କାନ୍ତାରା ଚାପ୍ଟର ୧’ର ଅଭିନେତାଙ୍କ ମୃତ୍ୟୁ ଘଟିଛି। ପ୍ରସିଦ୍ଧ କନ୍ନଡ ଅଭିନେତା ଏବଂ କନ୍ନଡ ରିଆଲିଟି କମେଡି ଶୋ ଖିଲାଡିଲୁର ତୃତୀୟ ସିଜିନର ବିଜେତା ରାକେଶ ପୂଜାରୀଙ୍କ ଦେହାନ୍ତ ହୋଇଯାଇଛି। ସେ ୩୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ପରେ କନ୍ନଡ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ତାଙ୍କର ହୃଦଘାତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ରାକେଶ ମେ ୧୧ ତାରିଖ ରବିବାର ସନ୍ଧ୍ୟାରେ ଉଡୁପି ଜିଲ୍ଲା ନିକଟସ୍ଥ ନିଟ୍ଟେରେ ଏକ ମେହେନ୍ଦି ସମାରୋହକୁ ଯାଇଥିଲେ। ଏହି ସମୟରେ ତାଙ୍କର ହଠାତ୍ ହୃଦଘାତ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ରାକେଶ ତାଙ୍କ ବନ୍ଧୁମାନଙ୍କ ସହିତ ଖୁସିରେ ଫଟୋ ଉଠାଇଥିଲେ। ରିପୋର୍ଟ ଅନୁସାରେ, ରାକେଶ ନିକଟରେ ‘କାନ୍ତାରା ଚାପ୍ଟର ୧’ର ସୁଟିଂ ସମାପ୍ତ କରିଥିଲେ। ଏହି ଫିଲ୍ମଟି ରିଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ‘କାନ୍ତାରା’ର ପ୍ରିକ୍ୱିଲ୍। ରାକେଶଙ୍କ ମୃତ୍ୟୁ ଖବରରେ ସମଗ୍ର କନ୍ନଡ ଟେଲିଭିଜନ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ଅଭିନେତା ପୃଥ୍ୱୀ ଅମ୍ବର ତାଙ୍କ ମୃତ୍ୟୁ ଖବରରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ x ଆକାଉଣ୍ଟରେ ଲେଖିଛନ୍ତି ଯେ ଆପଣ ସର୍ବଦା ଆମ ହୃଦୟରେ ଜଣେ ସ୍ନେହୀ ଏବଂ ଅତ୍ୟନ୍ତ ପ୍ରତିଭାଶାଳୀ କଳାକାର ଭାବରେ ରହିବେ। ମୁଁ ବହୁତ ଦୁଃଖିତ, ରାକେଶ, ଆମେ ତୁମକୁ ମନେ ପକାଉଛୁ। ତୁମର ଆତ୍ମାକୁ ଶାନ୍ତି ମିଳୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ