Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମଶ୍ରୀ ପୁରସ୍କାର ବିଜେତା ସୁବନ୍ନା ଆୟାପ୍ପନଙ୍କ ମୃତଦେହ ନଦୀରୁ ଠାବ

ନୂଆଦିଲ୍ଲୀ: ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ପୂର୍ବତନ ମହାନିର୍ଦ୍ଦେଶକ ଏବଂ ପଦ୍ମଶ୍ରୀ ପୁରସ୍କାର ବିଜେତା ସୁବନ୍ନା ଆୟାପ୍ପନଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଛି। ଶ୍ରୀରଙ୍ଗପାଟନା ନିକଟସ୍ଥ କାବେରୀ ନଦୀରେ ତାଙ୍କ ମୃତଦେହ ପଚିଯାଇଥିବା ଅବସ୍ଥାରେ ମିଳିଥିଲା। ଶନିବାର ଦିନ ଲୋକମାନେ ନଦୀରେ ମୃତଦେହ ଭାସୁଥିବାର ଦେଖିବା ପରେ ମୃତଦେହକୁ ବାହାର କରାଯାଇଥିଲା।

୭୦ ବର୍ଷୀୟ ଆୟପ୍ପାନ ମେ ୭ ତାରିଖରୁ ନିଖୋଜ ଥିଲେ। ତାଙ୍କ ପରିବାର ମୈସୁରର ବିଦ୍ୟାରଣ୍ୟପୁରମ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଆୟପ୍ପାନ ICARର ମୁଖ୍ୟ ଭାବରେ ପ୍ରଥମ ବୈଜ୍ଞାନିକ ଥିଲେ ଯିଏକି କୃଷି ବିଶେଷଜ୍ଞ ନଥିଲେ। ବରଂ ସେ ଜଣେ ଜଳକୃଷି ବୈଜ୍ଞାନିକ ଥିଲେ। ସେ ଭାରତର ‘ନୀଳ ବିପ୍ଳବ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିଜ୍ଞାନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୨୨ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।

ପୋଲିସର ସୂଚନା ଅନୁଯାୟୀ, ଆୟାପ୍ପନଙ୍କ ସ୍କୁଟରଟି ନଦୀ କୂଳରେ ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ, ଆୟାପ୍ପାନ ଶ୍ରୀରଙ୍ଗପାଟନାର ସାଇ ବାବା ଆଶ୍ରମ ନିକଟରେ ନଦୀକୁ ଡେଇଁ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସ କହିଛି ଯେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ମୃତ୍ୟୁର କାରଣ ଜଣାପଡିବ। ଆୟାପନ୍ ମୈସୁର ବାସିନ୍ଦା ଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ