Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ୍ ଆଦମି ପାର୍ଟିର ବୀରମହାରାଜପୁର ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ଭାବେ ସଫଳ

ବୀରମହାରାଜପୁର : (ସୌମିତ୍ରି ମେହେର) ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରରେ ଜାଲିଆତି ହୋଇଥିବା ନେଇ ଉତ୍ତରାଞ୍ଚଳ ଆରଡିସିଙ୍କ ନିକଟରେ ଅଭିଯୋଗ ହୋଇଥିବାବେଳେ ନୈତିକତା ଦୃଷ୍ଟିରୁ ସେ ଇସ୍ତାଫା ଦେବାକୁ ଦାବୀ କରି ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ବୀରମହାରାଜପୁର ବନ୍ଦ ପାଳନ କରାଯାଇଥିଲା । ବନ୍ଦ ପାଳନ ଫଳରେ ସ୍ଥାନୀୟ ଦୈନିକ ପରିବା ବଜାର ସମେତ ବିଭିନ୍ନ ଦୋକାନବାଡି, ଯାନବାହାନ ଚଳାଚଳ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ବିଭିନ୍ନ ସ୍ଥାନରେ ଚାରିଚକିଆ ଯାନବାହାନମାନ ଅଟକି ରହିଥିଲା । ଆପ୍ ଦଳର ଜିଲ୍ଲା ସଭାପତି ସୁରେଶ କଲତା , ଉପସଭାପତି ପୃଥ୍ୱୀରାଜ ଜଗଦଲା , ଭୀମ ଆର୍ମିର ଜିଲ୍ଲା ସଭାପତି ପ୍ରଦୀପ ଜାଲ , ଅଲ ଓଡିଶା କେଉଟ, ଧିବର, କୈବର୍ତ୍ତ ହଟାଓ କ୍ରିୟାନୁଷ୍ଠାନ କମିଟିର ଆବାହକ ଡିଙ୍ଗର କୁମ୍ଭାର , ଆମ୍ବେଦକର ସେବା ସଂଘର ପୂର୍ବତନ ସଭାପତି ନବୀନ ଭୋଇ , ଘାସି ସମାଜ ସଭାପତି ଭରତ ନାଏକ , ଘନଶ୍ୟାମ ଭୋଇ , ମାଧବ ମହାକୁର , ସତ୍ୟନାରାୟଣ ରଥ , ଅଭିମନ୍ୟୁ ଡ଼lଙ୍ଗ ପ୍ରମୁଖ ଏଥିରେ ନେତୃତ୍ୱ ନେଇଥିଲେ । ସ୍ୱତଃପ୍ରବୃତ୍ତ ଭାବେ ଲୋକେ ଦୋକାନ ବଜାର ବନ୍ଦ କରିଥିବା ବେଳେ ବନ୍ଦଡାକରା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ