Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର ସିଜେଆଇ ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର ଗଭାଇ

ନୂଆଦିଲ୍ଲୀ: ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ ବୁଧବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ।

ଗତକାଲି ଅବସର ନେଇଥିବା ଜଷ୍ଟିସ୍ ସଞ୍ଜିବ ଖାନ୍ନାଙ୍କ ସ୍ଥାନରେ ଜଷ୍ଟିସ୍ ଗଭାଇ ଏହି ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଗତ ମାସ ୩୦ ତାରିଖରେ ଆଇନ ମନ୍ତ୍ରଣାଳୟ ଭାରତର ୫୨ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଗଭାଇଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲା। ୧୬ ଏପ୍ରିଲରେ, ସିଜେଆଇ ସଞ୍ଜିବ ଖାନ୍ନା ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ।

ପରମ୍ପରା ଅନୁଯାୟୀ, ବର୍ତ୍ତମାନର ସିଜେଆଇ ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ସୁପାରିଶ କରନ୍ତି। ବରିଷ୍ଠତା କ୍ରମରେ ଜଷ୍ଟିସ୍ ଗଭାଇ ସର୍ବୋଚ୍ଚ ଥିଲେ, ଯାହା ଯୋଗୁଁ ତାଙ୍କ ନାମ ସୁପାରିଶ କରାଯାଇଥିଲା। ଆଇନ ମନ୍ତ୍ରଣାଳୟ ପ୍ରଧାନ ବିଚାରପତି ଜଷ୍ଟିସ୍ ଖାନ୍ନାଙ୍କୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦେବା ପାଇଁ ଏକ ଆନୁଷ୍ଠାନିକ ଆବେଦନ କରିଥିଲା।

ତେବେ ଜଷ୍ଟିସ୍ ଗଭାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ହୋଇଥିଲା। ଜଷ୍ଟିସ୍ ଗଭାଇଙ୍କ ପିତା ସ୍ୱର୍ଗତ ଆରଏସ ଗଭାଇ ମଧ୍ୟ ଜଣେ ପ୍ରସିଦ୍ଧ ସମାଜସେବୀ ଏବଂ ବିହାର ଓ କେରଳର ପୂର୍ବତନ ରାଜ୍ୟପାଳ ମଧ୍ୟ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ