Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେନାର ବଡ ଆକ୍ସନ; ଭାରତ-ମ୍ୟାନମାର ସୀମାରେ ୧୦ ଉଗ୍ରବାଦି ନିପାତ

ନୂଆଦିଲ୍ଲୀ: ଗତ ବୁଧବାର ଦିନ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଆସାମ ରାଇଫଲ୍ସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀମାନେ ସୈନିକଙ୍କ ଉପରେ ଗୁଳି ଚଳାଇଥିଲେ। ପ୍ରତିଶୋଧ ନେବାକୁ ଯାଇ ସୁରକ୍ଷା ଙ୍କୁ ବାହିନୀ ୧୦ ଜଣ କ୍ୟାଡରଙ୍କୁ ହତ୍ୟା କରିଛନ୍ତି।

ଏହି ଏନକାଉଣ୍ଟର ପରେ ସେନାର ପୂର୍ବ କମାଣ୍ଡ X ରେ ଏକ ପୋଷ୍ଟ ସେୟାର କରି ଲେଖିଥିଲା, ‘ଭାରତ-ମ୍ୟାନମାର ସୀମା ନିକଟବର୍ତ୍ତୀ ଚାନ୍ଦେଲ ଜିଲ୍ଲାର ଖେଗଜୋୟ ତହସିଲର ନ୍ୟୁ ସାମତାଲ ଗ୍ରାମ ନିକଟରେ ସଶସ୍ତ୍ର କ୍ୟାଡରଙ୍କ ଗତିବିଧି ବିଷୟରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳିଥିଲା। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୦ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି।

ମଣିପୁରର ଚାନ୍ଦେଲ ଜିଲ୍ଲାରେ ହୋଇଥିବା ଏହି ଅପରେସନ ବିଷୟରେ ଭାରତୀୟ ସେନା କହିଛି ଯେ ସ୍ପିୟର କର୍ପସ ଅଧୀନରେ ଥିବା ଆସାମ ରାଇଫଲ୍ସ ୟୁନିଟ୍ ୧୨ ମେ ୨୦୨୫ ରେ ଏକ ଅପରେସନ ଆରମ୍ଭ କରିଥିଲା। ଅପରେସନ ସମୟରେ ସୈନିକମାନେ ସନ୍ଦିଗ୍ଧ କ୍ୟାଡରଙ୍କ ଗୁଳିର ଶିକାର ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ