Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଧୁରୁନି ପାକ୍; ସିଆଲକୋଟ ଏୟାରବେସରେ ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ଶେହବାଜ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସିଆଲକୋଟର ପସରୁର କ୍ୟାଣ୍ଟନମେଣ୍ଟରେ ଯାଇ ଭାରତ ସହିତ ହୋଇଥିବା ସଂଘର୍ଷରେ ସାମିଲ ଥିବା ସାମରିକ ଅଧିକାରୀ ଏବଂ ସୈନିକଙ୍କ ସହ ଆଲୋଚନା କରିଛନ୍ତି। ଏହା ସେହି ସମାନ ସାମରିକ ଘାଟି ଯାହାକୁ ଭାରତ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସମୟରେ ଧ୍ୱଂସ କରିଥିଲା।

ଏହି କାରଣରୁ ଶାହବାଜଙ୍କ ଗସ୍ତ ସମୟରେ ପ୍ରକାଶିତ ଫଟୋଗ୍ରାଫରେ ଏୟାରବେସର କୌଣସି ଅଂଶ ଦେଖାଯାଇ ନଥିଲା। ଏହି ସମୟରେ ଶାହବାଜ ଏକ ଟ୍ୟାଙ୍କ ଉପରେ ଠିଆ ହୋଇ ଭାରତ ବିରୁଦ୍ଧରେ ବିଷ ଓଗାଳିଥିଲେ। ସିଆଲକୋଟର ପସରୁର କ୍ୟାଣ୍ଟନମେଣ୍ଟ ଲାହୋରରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଅବସ୍ଥିତ।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଭାରତ ପକ୍ଷରୁ ମେ ୬-୭ ମଧ୍ୟବର୍ତ୍ତୀ ରାତିରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରାଯାଇଥିଲା। ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ