Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଅପରେସନ ସିନ୍ଦୂର ର ସଫଳତା ମହୋତ୍ସବ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ଠାରେ ଥିବା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଅପରେସନ୍ ସିନ୍ଦୂରର ସଫଳତା ମହୋତ୍ସବ ଆଜି ପାଳିତ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ଯକ୍ରମରେ ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରତାପ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ୧୯୭୧ରେ ହୋଇଥିବା ଯୁଦ୍ଧରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ଓ ତତ୍ ସଙ୍ଗେସଙ୍ଗେ ବର୍ତ୍ତମାନ ହୋଇଥିବା ଅପରେସନ ସିନ୍ଦୂରରେ ଭାରତୀୟ ସୈନିକ ମାନଙ୍କ ଅପୂର୍ବ ସଫଳତା ପାଇଁ ଭୁରି ଭୁରି ପ୍ରଶଂସା କରିଥିଲେ। ଭାରତୀୟ ସ୍ବଦେଶୀ କୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ଅତୀବ ଉନ୍ନତ ମାନର ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ପୂର୍ବତନ ସଭାପତି ଭଗବାନ ମିଶ୍ର , ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ମଞ୍ଚାସିନ ଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ଦୟାନିଧି ହୋତା ସ୍ବାଗତ କରିଥିଲେ । ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ ଭୂଷଣ କୁମାର ପାତ୍ର, ଜ୍ଞାନେନ୍ଦ୍ର ତ୍ରିପାଠୀ , ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପାକିସ୍ଥାନ ର ଆକ୍ରମଣ ରେ ପ୍ରାଣ ହରାଇଥିବା ଭାରତୀୟ ସୈନିକ ଓ ସାଧାରଣ ନାଗରିକ ମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ବରିଷ୍ଠ ସଦସ୍ୟ ଡ. ଦ୍ବିତୀକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପସଭାପତି ସୌମିତ୍ରି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟ ରେ ଚମରା ମହାକୁର , ବଳରାମ କାଣ୍ଡ , ବାସୁଦେବ ପଣ୍ଡା , ନାରାୟଣ ପ୍ରସାଦ ନାୟକ , ଅକ୍ଷୟ ମିଶ୍ର , ଦିଲ୍ଲିପ ମିଶ୍ର , ଅକ୍ରୂର ଦନ୍ତା , ଗୋପୀନାଥ ମହାକୁର , ରାଧେଶ୍ୟାମ ରାଏ, ଜୟଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ