ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ପଣ୍ଡିଆପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଳକସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷକ ତଥା ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ପଧାନକୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ସଭାରେ ବ୍ରଜବିହାରୀ ପଧାନ ସଭାପତିତ୍ବ କରିଥିଲେ ।ଏଥିରେ ଚମ୍ପେଶ୍ଵର ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ସଦାନନ୍ଦ ସାହୁ ସଭା ପରିଚାଳନା କରିଥିଲେ । ସଭାରେ ଶିକ୍ଷକ ପୁରୁସ୍ତୋମ ସାହୁ , ମହେନ୍ଦ୍ର ବିଶ୍ଵାଳ , ରମେଶ ପଧାନ , କେଶବ ପଧାନ , ସଞ୍ଜୟ ମିଶ୍ର , ସରୋଜ ଭୋଇ , ଅନନ୍ତ ମିଶ୍ର , ସନ୍ତୋଷ ପଣ୍ଡା ଉପସ୍ଥିତ ଥିଲେ । ଶେଷରେ ରଞ୍ଜିତ ମହାକୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ ।
ପାଣ୍ଡିଆ ପାଲି ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ସନ୍ତୋଷ କୁମାର ପଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
