ସଡକ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ସୋନପୁର ରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୋନପୁର ବ୍ଲକ ଛକଠାରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ନେତୃତ୍ୱରେ ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ସଂସ୍ଥାର ସଂଯୋଜକ ପଦ୍ମଲୋଚନ ଭୋସାଗରଙ୍କ ସହଯୋଗ କ୍ରମେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅମାନିଆ ଭାବେ ଚଳାଉଥିବା ଯାନବାହନ ଉପରେ କଡା ଚେକିଂ କରାଯାଇଥିଲା। ବିନା ହେଲମେଟ ଓ ଲାଇସେନ୍ସ ରେ ଚାଳନା କରୁଥିବା ୧୫ ଜଣ ଚାଳକଙ୍କ ବିରୁଦ୍ଧରେ ଚାଲାଣ କଟାଯାଇଥିଲା । ଦୁଇ ଜଣ ମଦ୍ୟପ ଅବସ୍ଥାରେ ଥିବା ଚାଳକଙ୍କ ଯାନ ଜବତ ହୋଇଥିବା ବେଳେ ଏକ ନାବାଳକ ଚାଳକଙ୍କ ଯାନକୁ ମଧ୍ୟ ଜୋରିମାନା କରାଯାଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ଜଣାଇଛନ୍ତି ଯେ, ଆଗାମୀ ଦିନରେ ଏପରି ସଚେତନତା ଅଭିଯାନଗୁଡିକୁ ଆଉ ବ୍ୟାପକ ଭାବରେ ଆୟୋଜନ କରାଯାଇ ସାଧାରଣ ଲୋକଙ୍କ ମଧ୍ୟରେ ସଡକ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରାଯିବ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ , ସୁବର୍ଣ୍ଣପୁର ଅକ୍ଷୟ କୁମାର ଜେନା , ମୋଟର ଯାନ ନୀରିକ୍ଷକ, ପରିବହନ ବିଭାଗ ର କର୍ମଚାରୀ ବୃନ୍ଦ , ଡେପୁଟି ପୋଲିସ ଅଧିକ୍ଷକ ଶ୍ରୀ ଚନ୍ଦ୍ରଶେଖର ଶବର , ସହାୟକ ସବ୍-ଇନ୍ସପେକ୍ଟର ସୁଶୀଲ ବିଶୀ ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।