ବୀରମହାରାଜପୁର : (ସୌମିତ୍ରି ମେହେର)-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ ଚିଙ୍ଗିରାନାଲି ଗ୍ରାମରେ ପିଇବା ପାଣି ସମସ୍ୟା ଲାଗିରହିଛି l ଗାଁ ର ମହିଳାମାନେ ଆଜି ଏନେଇ ବୀରମହାରାଜପୁର ବି ଡି ଓ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି l ପରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କୁ ଭେଟି ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଥିଲେ l ଉକ୍ତ ଗ୍ରାମରେ ଦୁଇଟି ନଳକୂପ ଥିବାବେଳେ, ନଳକୂପ ପାଣିରୁ ଲୁହାଗୁଣ୍ଡ ବାହାରୁ ଥିବାର ଅଭିଯୋଗ କରିଛନ୍ତି l ନିକଟରେ ଥିବା ନାଳରୁ ଚୁଆ ଖୋଲି ଦୂଷିତ ପାଣି ଆଣୁଥିବା ପ୍ରକାଶ କରିଥିଲେ l ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚୁଆରୁ ମଧ୍ୟ ପାଣି ବାହାରୁ ନାହିଁ l ଦୁଇ ଦିନ ମଧ୍ୟରେ ପାଣି ସମସ୍ୟା ସମାଧାନ ହେବ ବୋଲି ପ୍ରତିଶୃତି ପାଇବା ପରେ ମହିଳା ମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଶୁକ୍ରବାର ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରୀ ଙ୍କୁ ଭେଟିଥିବା ଚି଼ଙ୍ଗିରାନାଲି ଗ୍ରାମର ମହିଳା ମାନେ ହେଲେ ଶାନ୍ତିଲତା ସାହୁ , ଗୁଲାପ ସାହୁ, ଛବିରାଣୀ ସାହୁ , ସବ୍ୟାରାଣୀ ସାହୁ , ମଞ୍ଜୁ ସାହୁ , ଉଲ୍ଲଡ଼ିନି ସାହୁ , ଶୋଭାଗିନୀ ସାହୁ,ସରୋଜିନୀ ସାହୁ, ଦୁତି ସାହୁ ସେବତୀ ଛତ୍ରିଆ, ସୁମତି ପାଣ୍ଡେ, ଉଲ୍ଲସିନୀ , ଜେମା ପୁଞ୍ଚ , ଗୁଳାପି ତମଲିଆ ପ୍ରମୁଖ ସାମିଲ ହୋଇଥିଲେ l
ଚିଙ୍କାରାନାଲି ରେ ପିଇବା ପାଣି ସମସ୍ଯା ନେଇ ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହେଲେ ଗାଁ ର ମହିଳା
