Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଦଳିଲା OTET ନିୟମ; ଥରେ ପାସ୍‌ କଲେ ଆଉ ଦେବାକୁ ପଡ଼ିବନି ପରୀକ୍ଷା

ଭୁବନେଶ୍ବର: ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଆସିଲା ବଡ ନିଷ୍ପତ୍ତି। ଏଣିକି ଥରେ ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଆଉ ଦେବାକୁ ପଡିବନି ପରୀକ୍ଷା । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଥରେ ପରୀକ୍ଷା ଦେଇ ପାସ କଲେ ଆଉ ଦେବାକୁ ପଡ଼ିବନି। ପୂର୍ବରୁ ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୭ ବର୍ଷ ପାଇଁ ବୈଧ ଥିଲା । ସରକାରଙ୍କ ଏହି ନିଷ୍ପତ୍ତି ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଥିବା ଦେଖିବାକୁ ମିଳିଛି।