ଝାରସୁଗୁଡ଼ା ୧୬/୫ (ଓଡ଼ିଶା ନ୍ୟୁଜ) ୪୯ ନଂ ଜାତୀୟ ରାଜପଥ ଝାରସୁଗୁଡ଼ା ଜିଲ୍ଲା କୋଲାଵିରା ଥାନା ଅଧିନସ୍ଥ ବୁଚାମୁଣ୍ଡା ଛକରେ ଓ ଆର ୧୫ ଏମ ୮୩୩୭ ନମ୍ୱର୍ ବିଶିଷ୍ଟ ଏକ ଟ୍ରକ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହେବା ଦ୍ୱାରା ସମ୍ମୁଖ ଭାଗ ସମ୍ପୂର୍ଣ ଭାବେ ଚୁରମାର ହୋଇ ଯାଇଛି । ଫଳରେ ଉକ୍ତ ଟ୍ରକ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଗୁରୁତର ଆହତ ଅବସ୍ଥାରେ ଉକ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ l ମାତ୍ର ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା କୁ ନିଆ ଯାଇଥିବା ଜଣା ପଡ଼ିଛି l ଉକ୍ତ ଟ୍ରକ ଡ୍ରାଇଭର ଜଣକ ଏକ କାରଖାନାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।
ଗଛରେ ପିଟି ହୋଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ଗୁରୁତର
