ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ ଆଇଆଇଏମର ୨ ନୂତନ ଅଣ୍ଡର ଗ୍ରାଜୁଏଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ


ସମ୍ବଲପୁର:ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ ଆଇଆଇଏମ ସମ୍ବଲପୁର ଏହାର ଦୁଇଟି ନୂତନ ଅଣ୍ଡର ଗ୍ରାଜୁଏଟ୍ କାର୍ଯ୍ୟକ୍ରମ ଆରମ୍ଭ କରିଛି। ତାହା ହେଉଛି ବ୍ୟାଚଲର ଅଫ୍ ସାଇନ୍ସସ ଇନ୍ ମ୍ୟାନେଜମେଂଟ୍ ଆଣ୍ଡ ପବ୍ଲିକ୍ ପଲିସି ଏବଂ “ବ୍ୟାଚଲର ଅଫ୍ ସାଇନସ ଇନ୍ ଡାଟା ସାଇନ୍ସ ଆଣ୍ଡ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ। ନିଷ୍ଠା ଏବଂ ନୂତନତାର ମୂଳ ମୂଲ୍ୟ ଅନୁସାରେ ଏହି କାର୍ଯ୍ୟକ୍ରମଗୁଡିକ ତଥ୍ୟ ବିଶ୍ଳେଷଣ, ସମାଲୋଚନାତ୍ମକ ଚିନ୍ତ, ଏବଂ ପ୍ରମାଣ ଆଧାରିତ ନିର୍ଣ୍ଣୟ-ଗ୍ରହଣରେ ଖୁବ ଶକ୍ତିଶାଳୀ ମୁଳଦୁଆ ପ୍ରଦାନ କରୁଛି। ଏହି ପାଠ୍ୟକ୍ରମକୁ ଦାୟିତ୍ୱବାନ ନେତୃତ୍ୱକୁ ବିକାଶ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ନବସୃଜନ, କରୁଣା ଏବଂ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ସହିତ ଜଟିଳ ସାମାଜିକ ଏବଂ ଶିଳ୍ପ ଆହ୍ୱାନଗୁଡ଼ିକୁ ସମାଧାନ କରିବାରେ ସହାୟକ ହୋଇପାରିବ।
ବ୍ୟାଚେଲର ଅଫ ସାଇନ୍ସ ଇନ୍ ମ୍ୟାନେଜମେଂଟ୍ ଆଣ୍ଡ୍ ପବ୍ଲିକ୍ ପଲିସି ପ୍ରୋଗ୍ରାମ୍ ଜାତୀୟ ପ୍ରାୟୋଗିକ ଆକାଂକ୍ଷକୁ ସହାୟତା କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ସହିତ ସ୍ଥାୟିତ୍ୱ, ଇଏସ୍‌ଜି(ପରିବେଶ, ସାମାଜିକ, ଏବଂ ପ୍ରଶାସନିକ) ଏବଂ ଗୋଷ୍ଠୀ ନେତୃତ୍ୱାଧୀନ ବିକାଶ ଅନ୍ତର୍ଭୁକ୍ତ। ଏହି ପ୍ରୋଗ୍ରାମ୍ ତୃଣମୂଳ ସ୍ତରରେ ନୀତି ଓ ପ୍ରୟୋଗ ମଧ୍ୟରେ ଥିବା ଅନ୍ତର ଦୂର କରିବା ପାଇଁ ପରିବର୍ତନ ସୃଷ୍ଟିକାରୀଙ୍କ ନୂତନ ପିଢ଼ିକୁ ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖିଛି।
ଡାଟା ସାଇନ୍ସ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ବ୍ୟାଚେଲର ଅଫ୍ ସାଇନ୍ସ ଭାରତର ଡିଜିଟାଲ୍ କ୍ଷମତା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ବିକଶିତ କରିବା ଉପରେ ଧ୍ୟାନ ଦେଇଛି। ଶିଳ୍ପ ନେତାମାନଙ୍କ ସହ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ପ୍ରୋଗ୍ରାମ୍ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭବିଷ୍ୟତ-ପ୍ରସ୍ତୁତ ଦକ୍ଷତା ବିକାଶ କରିବ ଏବଂ ନୈତିକ ଏଆଇ ବ୍ୟବହାରକୁ ଉତ୍ସାହିତ କରିବ ଯାହା ଅନୁଷ୍ଠାନର ନୈତିକତା ସହିତ ନବୀକରଣର ପ୍ରତିଜ୍ଞାକୁ ଦୋହରାଛି।
ଏହି ଅନୁଷ୍ଠାନରେ “ବିଶ୍ୱ କ୍ଷମତା କେନ୍ଦ୍ର (ଜିସିସି) ବିଶ୍ୱସ୍ତରୀୟ ଉଦ୍ୟୋଗଗୁଡ଼ିକ ପାଇଁ ନବୀକରଣର ଇଞ୍ଜିନ୍ ବିଷୟରେ ଏକ ରାଉଣ୍ଡଟେବଲ୍ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭାରତ ସରକାରର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଇ-ଗଭର୍ନାନ୍ସ ଡିଭିଜନର ଉପାଧ୍ୟକ୍ଷ, ପିଏମପି, ବ୍ରହ୍ମାନନ୍ଦ ଝା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ନିର୍ଦ୍ଦେଶକ (ଜେଇଇ), ଲେଫ୍ଟନାଂଟ କର୍ନଲ୍ ପିୟୁଷ ଶୁକ୍ଳା ଏବଂ (ସିୟୁଇଟି), ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ନିର୍ଦ୍ଦେଶକ ରାଜେଶ କୁମାର ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ ଏବଂ ବିଶ୍ୱସ୍ତରୀୟ ଡିଜିଟାଲ୍ ରୂପାନ୍ତରଣ ଏବଂ ନବୀକରଣର ମୁଖ୍ୟ କେନ୍ଦ୍ର ଭାବରେ ଜିସିସିର ବିକାଶଶୀଳ ଭୂମିକା ଉପରେ ଆଲୋଚନା କରିଥିଲେ ଏବଂ ବିଶ୍ୱସ୍ତରୀୟ ଉଦ୍ୟୋଗ ଏବଂ ଜିସିସିର ରଣନୀତିକ ଭୂମିକା ଉପରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଜାତୀୟ ଇ-ଗଭର୍ନେନ୍ସ ଡିଭିଜନର ଉପାଧ୍ୟକ୍ଷ, ପିଏମପି ବ୍ରହ୍ମାନନ୍ଦ ଝା କହିଥିଲେ ଯେ, “ଭାରତର ବିଶ୍ୱ କ୍ଷମତା କେନ୍ଦ୍ର (ଜିସିସି) ଆଉ କମ୍ ଖର୍ଚ୍ଚର ସେଂଟର୍ ନୁହେଁ; ଏହାକୁ ବିଶ୍ୱସ୍ତରୀୟ ବ୍ୟବସାୟ ପାଇଁ ମୂଲ୍ୟବାନ ନବୀକରଣର ରଣନୀତିକ କେନ୍ଦ୍ର ଭାବରେ ଗଠନ କରାଯାଉଛି। ଡିଜିଟାଲ୍‌-ପ୍ରଥମ ଅର୍ଥନୀତି ଆଡକୁ ଅଗ୍ରସର ହେଉଥିବା ଅର୍ଥନୀତି ସହିତ ଜିସିସି ପ୍ରଯୁକ୍ତି ସକ୍ଷମ ଏବଂ ଭବିଷ୍ୟତ-ପ୍ରତିରୋଧୀ ସଂଗଠନଗୁଡ଼ିକୁ ଗଠନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ଆଇଏମ୍‌ଏମ୍ ସମ୍ବଲପୁର ଭଳି ଶିକ୍ଷାନୁଷ୍ଠାନ, ଡାଟା ସାଇନ୍ସ, ଏଆଇ, ଏବଂ ସାର୍ବଜନୀନ ନୀତି ଭଳି ଦୂରଦର୍ଶୀ ପ୍ରୋଗ୍ରାମ୍ ମାଧ୍ୟମରେ ଏହି ପରିବର୍ତନକୁ ଚାଳିତ କରିବା ପାଇଁ ପ୍ରତିଭା ଏବଂ ମାନସିକତା ବିକାଶ କରୁଛି। ମନ୍ତ୍ରଣାଳୟରେ ଆମେ ଏକ ଇକୋସିଷ୍ଟମ୍ ବିକାଶ କରିବାକୁ ପ୍ରତିବଦ୍ଧ ଯେଉଁଥିରେ ଶିକ୍ଷା, ଶିଳ୍ପ ଏବଂ ଶାସନ ମିଳିତ ଭାବେ ସ୍ଥାୟୀ ନବୀକରଣ, ରୂପାନ୍ତରଣ, ଏବଂ ଡିଜିଟାଲ୍ ନେତୃତ୍ୱକୁ ଆଗକୁ କରିବା ପାଇଁ କାମ କରୁଛି।’’
ସମାବେଶକୁ ସମ୍ବୋଧନ କରି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ କହିଛନ୍ତି ଯେ, “ଆମେ ଚାରି ବର୍ଷୀୟ ସମ୍ପୂର୍ଣ୍ଣ ଆବାସିକ ବ୍ୟାଚେଲର ଅଫ୍ ସାଇନ୍ସ (ବିଏସ୍‌) ପ୍ରୋଗ୍ରାମ୍ ସଫଳତାର ସହିତ ଆରମ୍ଭ କରିଛୁ ବୋଲି ଗର୍ବ ଅନୁଭବ କରୁଛୁ। ଏହା ଭବିଷ୍ୟତ-ପ୍ରସ୍ତୁତ ନେତୃବୃନ୍ଦ ଗଠନ ପାଇଁ ଏକ ଅଗ୍ରଣୀ ପଦକ୍ଷେପ। ଭାରତର ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦) ଅନୁଯାୟୀ ଆମର ଲକ୍ଷ୍ୟ ଉଦ୍ୟୋଗୀ ମାନସିକତା ସହିତ ଦାୟିତ୍ୱବାନ ନେତୃବୃନ୍ଦ ସୃଷ୍ଟି କରିବା। ଏହି ସ୍ନାତକ ପ୍ରୋଗ୍ରାମ୍ ଏକ ନମନୀୟ ଗଠନ ବିଶିଷ୍ଟ, ଯେଉଁଥିରେ ଛାତ୍ରଛାତ୍ରୀମାନେ ଗୋଟିଏ ବର୍ଷ ପରେ ସର୍ଟିଫିକେଟ୍‌, ଦୁଇ ବର୍ଷ ପରେ ଡିପ୍ଲୋମା, ତିନି ବର୍ଷ ପରେ ଡିଗ୍ରୀ ଏବଂ ଚାରି ବର୍ଷ ସଫଳତାର ସହିତ ଶେଷ କରିବା ପରେ ଅନର୍ସ ଡିଗ୍ରୀ ପାଇପାରିବେ ଏବଂ ଏଥିରେ ଅନେକ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ରହିଛି। ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବରେ ଆମେ ଏକ ଭବିଷ୍ୟତ-ମୁଖୀ, ଅନୁଶାସନାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଯାହା ଶିକ୍ଷାଗତ କଠୋରତାକୁ ସାମାଜିକ ପ୍ରାସଙ୍ଗିକତା ସହିତ ମିଶ୍ରଣ କରୁଛି। ଆମେ ଏପରି ସ୍ନାତକମାନଙ୍କୁ ଗଠନ କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁମାନେ କେବଳ ବୃତିଗତ ଭାବରେ ପ୍ରସ୍ତୁତ ନୁହଁନ୍ତି ବରଂ ସ୍ପଷ୍ଟତା, ସହାନୁଭୂତି ଏବଂ ସାହସ ସହିତ ଜଟିଳ ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ପରିଚାଳନା ଏବଂ ପ୍ରଭାବିତ କରିବାର ସକ୍ଷମତା ରଖନ୍ତି। ମୁଁ ଉତ୍ସାହୀ ଯୁବ ମନସ୍ତତ୍ୱକୁ ଏହି ପରିବର୍ତନଶୀଳ ଯାତ୍ରାର ଅଂଶ ହେବାକୁ ସାଦରେ ଆମନ୍ତ୍ରଣ କରୁଛି।’’
ମୁଖ୍ୟ ବକ୍ତା ନିର୍ଦ୍ଦେଶକ (ଜେଇଇ), ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଲେଫ୍ଟନାଂଟ୍ କର୍ନଲ୍ ପିୟୁଷ ଶୁକ୍ଳା କହିଛନ୍ତି ଯେ, “ଭାରତର ଶିକ୍ଷା ମୂଲ୍ୟାଙ୍କନ ପ୍ରଣାଳୀ ପରିବର୍ତନ ହୋଇ ଏପରି ପ୍ରତିଭାକୁ ଖୋଜିବା ଏବଂ ବିକଶିତ କରିବା ଆଡକୁ ଅଗ୍ରସର ହେଉଛି ଯେଉଁମାନେ ଗ୍ଲୋବାଲ୍ କ୍ୟାପାବିଲିଟି ସେଂଟର (ଜିସିସି) ଭଳି ଦ୍ରୁତଗାମୀ, ନବୀକରଣ-ପ୍ରେରିତ ବ୍ୟବସ୍ଥାରେ ସଫଳ ହୋଇପାରିବେ। ଆଇଆଇଏମ୍ ସମ୍ବଲପୁର ଭଳି ଅନୁଷ୍ଠାନଗୁଡ଼ିକ ବିଶ୍ଳେଷଣାତ୍ମକ କଠୋରତା, ନୀତି ଏବଂ ପ୍ରଯୁକ୍ତି ଦକ୍ଷତାକୁ ମିଶ୍ରଣ କରୁଥିବା ନବୀନ ସ୍ନାତକ ପ୍ରୋଗ୍ରାମ୍ ଆରମ୍ଭ କରିବା ଦେଖି ଆମେ ଉତ୍ସାହିତ। ଏନଟିଏର ଲକ୍ଷ୍ୟ ହେଉଛି ଆତ୍ମନିର୍ଭର ଭାରତର ଜାତୀୟ ଦୃଷ୍ଟିକୋଣ ସହ ସମନ୍ୱିତ ଏକ ଶକ୍ତିଶାଳୀ ଏବଂ ସମାବେଶୀ ପରୀକ୍ଷା ପ୍ରଣାଳୀ ଗଠନ କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଜାଗତିକ ନେତୃତ୍ୱ ଏବଂ ନବୀକରଣ ପାଇଁ ପ୍ରସ୍ତୁତ କରିବା।
ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ନିର୍ଦେଶକ (ସିୟୁଇଟି) ରାଜେଶ କୁମାର କହିଛନ୍ତି ଯେ, “ସିୟୁଇଟି ଆରମ୍ଭ କରି ଆମେ ଭାରତରେ ଉଚ୍ଚ ଗୁଣବତା ଉଚ୍ଚଶିକ୍ଷା ପ୍ରତି ପ୍ରବେଶକୁ ଲୋକତାନ୍ତ୍ରିକ କରିବା ଆଡକୁ ଏକ ବଡ଼ ପଦକ୍ଷେପ ନେଇଛୁ। ଆଇଆଇଏମ୍ ସମ୍ବଲପୁର ଭଳି ଶୀର୍ଷ ଅନୁଷ୍ଠାନଗୁଡ଼ିକ ଡାଟା ସାଇନ୍ସ, ଏଆଇ ଏବଂ ସାର୍ବଜନୀନ ନୀତିରେ ବିଶେଷଜ୍ଞ ସ୍ନାତକ ପ୍ରୋଗ୍ରାମ୍ ଆରମ୍ଭ କରିବା ସହିତ ଦେଶର ସମସ୍ତ ଅଂଶରୁ ପ୍ରତିଭାବାନମାନଙ୍କୁ ନବୀକରଣ ଅର୍ଥନୀତିର ଅଂଶ ହେବାର ସମାନ ସୁଯୋଗ ମିଳିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଗ୍ଲୋବାଲ୍ କ୍ୟାପାବିଲିଟି ସେଂଟର୍ (ଜିସିସି) କାର୍ଯ୍ୟର ଭବିଷ୍ୟତକୁ ଆକୃତି ଦେଉଛି ଏବଂ ଏନଟିଏ ଏକ ସମତୁଲ, ସ୍ୱଚ୍ଛ ଏବଂ ମାନକୀକୃତ ପରୀକ୍ଷା ପରିବେଶ ମାଧ୍ୟମରେ ପରବର୍ତୀ ପିଢ଼ୀର ବିଶ୍ୱସ୍ତରୀୟ ସକ୍ଷମ ପେସାଦାରମାନଙ୍କୁ ସଶକ୍ତ କରି ଏହି ପରିବର୍ତନକୁ ଆଗକୁ ବଢ଼ାଇବାକୁ ସମର୍ପିତ।’’
କାର୍ଯ୍ୟକ୍ରମରେ “ଟ୍ରାନ୍ସଫର୍ମିଂ ଅପରେସନ୍ସ ଥ୍ରୁ ଜିସିସି: ଦି ଜିଟିଟାଲ୍ ସିଫ୍ଟ ଫ୍ରମ୍ କଷ୍ଟ ଏଫିସିଏନ୍‌ସି ଟୁ ଷ୍ଟ୍ରୋଟେଜିକ୍ ଭାଲ୍ୟୁ’ ବିଷୟ ଉପରେ ଦୁଇଟି ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବକ୍ତା ଭାବେ ଗ୍ଲୋବାଲ୍ ଅପରେସନ୍ସ ନିର୍ଦେଶକ ଡକ୍ଟର ପ୍ରବୀଣ କେ ଚୌଧୀରି, ଏସ୍‌ଏପିର ଭିିପି ବିକାଶ କୁମାର ସିଂହ, ଇଣ୍ଡକ୍ଟସ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଓ ସିଇଓ ଆଲୋକ କୁମାର, କ୍ୟୁବ୍ ହାଇୱେଜ୍‌ର ବରିଷ୍ଠ ଭିପି ଓ ବୀମା ମୁଖ୍ୟ ପୁନୀତ ପାଂଚାଲ, ପିଏଫ୍‌କେ ଶ୍ରୀଧର ଆଣ୍ଡ୍ ସନ୍ଥନମ୍ ଏଲ୍‌ଏଲପି ଚାର୍ଟାର୍ଡ ଆକାଉଟାଂଟ୍‌ସର ପ୍ରତିଷ୍ଠାତା ପାର୍ଟନର୍ ସିଏ ଏସ୍ ସନ୍ଥନାକ୍ରିଷ୍ଣନ, ଫୋର୍ଥସ୍କୋୟାର୍‌ର ସିଓଓ ସୁଧୀର ଦଶମନ୍ଥରାଓ, ଆଇଆଇଏମ୍ ସମ୍ବଲପୁରର ଆଡଜଙ୍କଟ୍ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ଯୋଗ ଦେଇଥିଲେ। “ଆଲାଇନିଂ ଟ୍ୟାଲେଂଟ୍ ଅପସ୍କିଲିଂ ୱିଥ୍ ପଲିସି ଇନୋଭେସନ୍ ଫର ସଷ୍ଟେନେବଲ୍ ଜିସିସି ଗ୍ରୋଥ୍‌’ ବିଷୟବସ୍ତୁ ଉପରେ ଆଧାରିତ ଦ୍ୱିତୀୟ ଅଧିବେଶନରେ ବକ୍ତା ଭାବେ ଡେଲୋଏଡ୍ ଟଚ ତୋମାସୁ ଇଣ୍ଡିଆ ଏଲ୍‌ଏଲ୍‌ପିର କାର୍ଯ୍ୟନିର୍ବାହୀ ନିର୍ଦେଶକ ରାଜଦୀପ ସେହରାୱତ, ମ୍ୟାକିନସେ ଆଣ୍ଡ୍ କମ୍ପାନିର ନଲେଜ୍ ପାର୍ଟନର୍ ଆକାଶ ବର୍ମା, ଇଏକ୍ସଏଲ୍‌ର ସହକାରୀ ବରିଷ୍ଠ ଭିପି ଓ ବିଜନେସ୍ ପାର୍ଟନର୍ ଏମି ଅନିତା ଗିଲବର୍ଟ, ଗୁଗୁଲ୍ ଇଣ୍ଡିଆର ଗ୍ଲୋବାଲ୍ ଏଫାୟାର୍ସର ମୁଖ୍ୟ ରାଜେଶ ରଂଜନ, ଭାରତରେ ବିଡିଓର ମ୍ୟାନେଜମେଂଟ୍ କନସଲଟିଂର ପାର୍ଟନର ରୋହିଣୀ କପୁର ଓ ଟିପିରେ ଭିପି-ଏଚ୍‌ଆର୍ ଚନ୍ଦ୍ରପ୍ରକାଶ ଜୈନ ବକ୍ତା ଭାବେ ଭାଗ ନେଇଥିଲେ।
ଆଇଆଇଏମ୍ ସମ୍ବଲପୁର ହେଉଛି ପ୍ରଥମ ଆଇଆଇଏମ୍ ଯାହା ଡାଟା ସାଇନ୍ସ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ବିଏସ୍ ପ୍ରୋଗ୍ରାମ୍ ପାଇଁ ଆବେଦନକାରୀଙ୍କୁ ଆଇଆଇଟି ଜେଇଇ ମେନ୍ (ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା) ମାଧ୍ୟମରେ ଏବଂ ମ୍ୟାନେଜମେଂଟ୍ ଏବଂ ପବ୍ଲିକ୍ ପଲିସିରେ ବି. ଏସ୍‌. ପ୍ରୋଗ୍ରାମ୍ ପାଇଁ ସିୟୁଇଟି (କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷା) ମାଧ୍ୟମରେ ସ୍ଥାନ ପ୍ରଦାନ କରୁଛି। ଏହି ଉଭୟ ପରୀକ୍ଷା ଜାତୀୟ ପରୀକ୍ଷା ଏଜେନ୍ସି (ଏନଏଟି) ଦ୍ୱାରା ଆୟୋଜିତ ହୋଇଥାଏ। ଆବେଦନ ପ୍ରକ୍ରିୟା ଜୁନ ୨୦୨୫ ରେ ଆରମ୍ଭ ହେବ ଏବଂ ପ୍ରଥମ ବ୍ୟାଚ୍ ପାଇଁ ଶ୍ରେଣୀ ସେପ୍େଟମ୍ବର ୨୦୨୫ରୁ ଆରମ୍ଭ ହେବ।