Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଡାଲ ଗ୍ରାମ ଗରିବ ଅସହାୟ ରୋଗୀକୁ ସହାୟତା ର ହାତ ବଢାଇଲା ବୀରମହାରାଜପୁର ସରପଞ୍ଚ ସଂଘ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଅଡ଼ାଲ ଗ୍ରାମ ରେ ଏକ ଗରିବ ଅସହାୟ ରୋଗୀ କୁ ଗୁରୁବାର ଦିନ ସହାୟତାର ହାତ ବଢ଼ାଇଛି ବୀରମହାରାଜପୁର ସରପଞ୍ଚ ସଂଘ । ସୂଚନା ଅନୁସାରେ ଅଡ଼ାଲ ଗ୍ରାମର ଆଦିତ୍ୟ ପଧାନ ଗତ କିଛି ବର୍ଷ ହେବ ଏକ ଅଜଣା ରୋଗ ରେ ପୀଡ଼ିତ ହୋଇଛନ୍ତି। ନିଜ ସାଧ୍ୟ ମୁତାବକ ବହୁ ଡାକ୍ତରଖାନା ରେ ଚିକିତ୍ସିତ ହେଇ ଆସୁଥିଲେ ମଧ୍ୟ ଅର୍ଥ ଅଭାବ ରୁ ସେ ଘରେ ପଡ଼ି ରହିଛନ୍ତି l ଆଦିତ୍ୟ କୁ ସବୁ ସମୟ ରେ ନିଜ ଶରୀର ରେ ଅମ୍ଳଜାନ ର ଆବଶ୍ୟକ ପଡ଼ିଥାଏ l ସେ ଗତ କିଛି ଦିନ ତାଙ୍କ ପାଖ ରେ ଥିବା ଅମ୍ଳଜାନ ସରଞ୍ଜାମ ସରିଯାଇ ଥିବା ବେଳେ ଗାଁ ର କିଛି ସ୍ବେଚ୍ଛାସେବୀ ଙ୍କ ସହାୟତା ରେ ବୀରମହାରାଜପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଅମ୍ଳଜାନ ଦିଆଯାଇଥିଲା l ଏନେଇ ଖବର ପାଇ ଗୁରୁବାର ଦିନ ବୀରମହାରାଜପୁର ସରପଞ୍ଚ ସଂଘ ର କର୍ମକର୍ତ୍ତା ବୀରମହାରାଜପୁର ଡାକ୍ତରଖାନା ରେ ପହଞ୍ଚି ଅଧ୍ୟକ୍ଷ ଡାକ୍ତର ସଞ୍ଜୟ ମହାପାତ୍ର ଙ୍କ ସହିତ ଆଲୋଚନା କରି , ଡାକ୍ତର ମାନସ ରଥଙ୍କ ଉପସ୍ଥିତି ରେ ତାଙ୍କୁ ଆବଶ୍ୟକ ଥିବା ଅମ୍ଳଜାନ ସିଲିଣ୍ଡର, ବ୍ୟାଟେରୀ, ସହିତ ଅନ୍ୟ ଉପକରଣ ପ୍ରଦାନ କରିଛନ୍ତି l ସରପଞ୍ଚ ସଂଘ ତରଫରୁ ସଂଘ ଉପଦେଷ୍ଟା ତଥା ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା , ସଂଘ ର ସମ୍ପାଦକ ତଥା ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ , ସ୍ବେଚ୍ଛାସେବୀ ବିପିନ ପଣ୍ଡା , ଜ୍ୟୋତି ସିଂହ ପ୍ରମୁଖ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ