Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି କର୍ମୀଙ୍କୁ ବ୍ଲକ କର୍ମଚାରୀ ଙ୍କ ଦୁର୍ବ୍ୟବହାର ନେଇ ଥାନାରେ ଏତଲା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ ରତ କର୍ମଚାରୀ ମାନେ କେତେକ ବିଜେପି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ଓ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଅପମାନିତ କରିଥିବନେଇ ବିଜେପି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସ ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ର ପ୍ରଦାନ ସମୟରେ ବୀରମହାରାଜପୁର ବ୍ଲକ ସାଂସଦ ପ୍ରତିନିଧି ନଳିନୀ ପଣ୍ଡା , ଉଲୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ତଥା ଓକିଲ ରାଧାକାନ୍ତ ମହାକୁର ଙ୍କ ସହିତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ ବିନିକା ବ୍ଲକ କନିଷ୍ଠ ଯନ୍ତ୍ରୀ ଙ୍କୁ ମାଡ ମାରିବା ପ୍ରତିବାଦରେ ବ୍ଲକର ସହକାରୀ ଯନ୍ତ୍ରୀ, ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ ମାନେ ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ଆନ୍ଦୋଳନ କରୁଥିଲେ । ଆନ୍ଦୋଳନକାରୀ ମାନେ ପ୍ରଧାନ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ ଫୋଟୋ ଚିତ୍ରଥିବା ଏକ ବ୍ୟାନର ରେ ବସିଥିବା ଅଭିଯୋଗ ହୋଇଥିଲା । ଶୁକ୍ରବାର ପ୍ରାୟ ଦିନ୧୧ ଟା ସମୟରେ ବିଜେପି କର୍ମୀ ପ୍ରଭାସ ପଣ୍ଡା , ବିପିନ ଭୋଇ , ରାମ ପ୍ରସାଦ କର୍ଣ୍ଣ ,ବିଶ୍ଵନାଥ ଥନାପତି , ସପନ ପଧାନ ଓ ରୋହିତ ଦାସ ପ୍ରମୁଖ ଆନ୍ଦୋଳନ ସ୍ଥଳକୁ ଯାଇ ପ୍ରଧାନ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ ଫୋଟୋ ଚିତ୍ରଥିବା ଏକ ବ୍ୟାନରରେ କାହିଁକି ବସିଛ । ଏହାଦ୍ବାରା ପ୍ରଧାନ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ ସମ୍ମାନ ହାନି ହେଉଥିବା କହିଥିଲେ । ଏଥିରେ ଉତ୍ତେଜିତ ହୋଇ ଏ ଇ ସୁବନାଥ ମାଝୀ ଓ ଏ ଇ ଦୁଶାସନ ସାହୁ , କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ମହାପାତ୍ର, ପି ଇ ଓ ସରୋଜ ନନ୍ଦ , ଜି ଆର ଏସ ଅର୍ଜୁନ ଭରାସାଗର ଓ ପପୁନ ପ୍ରଧାନ ସେଠାକୁ ଯାଇଥିବା ବିଜେପି କର୍ମୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଏସ ଆଇ ଅବିନାଶ ପ୍ରଧାନଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏହାର ନିରପେକ୍ଷ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ଆଇ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଅପମାନିତ କରିଥିବା ନେଇ ବୀରମହାରାଜପୁର ଥାନାରେ ଏଡଭୋକେଟ୍ ବଳଦେବ ପ୍ରସାଦ ବେଦବାକ ଅଭିଯୋଗ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ