ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ମହକୁମା ଠାରେ ଥିବା ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଅଚ୍ୟୁତ ସାମନ୍ତ ଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଆର୍ଟ ଅଫ୍ ଗିଭିଙ୍ଗ୍ର ଦ୍ବାଦଶ ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି । ଶନିବାର ଏ ଉପଲକ୍ଷେ ଆୟୋଜିତ ଉତ୍ସବରେ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ସଭାପତିତ୍ବ କରିଥିଲେ l ଶିକ୍ଷାବିତ ଜ୍ଞାନେନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି , ବରିଷ୍ଠ ସାମ୍ବାଦିକ କିଶୋର ହୋତା , ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ଆରମ୍ଭ ରେ କଳିଙ୍ଗ ଟିଭି ରିପୋର୍ଟର ଶେଷଦେବ ବାରିକ ଉତ୍ସବ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସ୍ବାଗତ ଅଭିଭାଷଣ ପ୍ରଦାନ କରି କହିଲେ ଆର୍ଟ ଅଫ୍ ଗିଭିଙ୍ଗ୍ ର ଏ ବର୍ଷର ବିଷୟ ବସ୍ତୁ ହେଉଛି ପଡୋଶୀ ସଂପର୍କ । ପଡୋଶୀ ସହିତ ଉତ୍ତମ ସଂପର୍କ ଓ ବୁଝାମଣା ହିଁ ସାମାଜିକ ଉତ୍ତରଣର ପ୍ରକୃଷ୍ଟ ପାହିଚ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନ ତରଫରୁ ଏ ବର୍ଷର କିଟ୍ ସମ୍ମାନ ବରିଷ୍ଠ ସଦସ୍ୟ ଶିକ୍ଷାବିତ ଗୋପୀନାଥ ମହାକୁରଙ୍କୁ ତାଙ୍କର ନୀତି ଆଦର୍ଶ ପାଇଁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସୌମିତ୍ରି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତାପ ପାଣିଗ୍ରାହୀ , ବାସୁଦେବ ପଣ୍ଡା , ରାଧେଶ୍ୟାମ ରାଏ , ତ୍ରିନାଥ ମିଶ୍ର , ଭଗବାନ ମିଶ୍ର , ଭୂଷଣ ପାତ୍ର , ଦିଲ୍ଲିପ ମିଶ୍ର , ଆଶ୍ରୟ ମହାନନ୍ଦ , ଚମରା ମହାକୁର , ସୁରୁ ସାହୁ , ଧୃବ ଚରଣ ଦାଶ , ସନ୍ତୋଷ ଷଡ଼ଙ୍ଗୀ , ବଳରାମ କାଣ୍ଡ , ଶ୍ୟାମସୁନ୍ଦର ସେଠି , ନାରାୟଣ ପ୍ରସାଦ ନାୟକ , ସନାତନ ନାଗ , ପ୍ରଭଞ୍ଜନ ପୂଜାରୀ ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆର୍ଟ ଅଫ୍ ଲିଭିଂ ର ଦ୍ବାଦଶ ବାର୍ଷିକ ଉତ୍ସବ ପାଳିତ
